-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଚନ୍ଦ୍ରଗ୍ରହଣ ପରେ ପାପକ୍ଷୟ ପାଇଁ ବିନିକା ମୁକ୍ତିତୀର୍ଥରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ ।

08-Sep-2025



ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଆଜି ଭୋର ସକାଳେ ଚନ୍ଦ୍ରଗ୍ରହଣ ଅବସରରେ  ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବୁଡ଼ ପକାଇଛନ୍ତି ।ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ହେଉ ଏହି ସମୟରେ ଉକ୍ତ ପୀଠକୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବୁଡ଼ ପକାଇବା ପାଇଁ ଆସିଥାନ୍ତି ।କିମ୍ବଦନ୍ତୀ ଅନୁସାରେ ଦ୍ଵିତୀୟ ଅନଙ୍ଗ ଭିମଦେବ ଯେତେବେଳେ ଦୁରାରୋଗ୍ୟ ରେ ପୀଡ଼ିତ ହେଲେ ସେତେବେଳେ ମହାପ୍ରଭୁଙ୍କ ସ୍ୱପାନାବେଶ ପାଇ ନଦୀ କୂଳେ କୂଳେ ପରିଭ୍ରମଣ କରି ପ୍ରତି ୪କୋଷରେ ମନ୍ଦିର ତିଆରି କଲେ ।ଶେଷରେ ରହିଲା ସ୍ଥିତ ଏହିଠାରେ ରାତ୍ରୀ ଯାପନ କରିଥିଲେ ।ସକାଳେ ଏକ କାଳୀଗାଈ ନଦୀର ଅଟାଲତାଲ ପାଣିରେ ପାରି ହୋଇଥିଲା ରାଜା ତାକୁ ନିରୀକ୍ଷଣ କରି ତା ପଛେ ପଛେ ଯାଇଥିଲେ ।ପରେ ରାଜା ମହାନଦୀରେ ସ୍ନାନ କରିବା ପରେ ତାଙ୍କର ଦୁରାରୋଗ୍ୟ ଦେହରୁ ଉଭେଇ ଯାଇଥିଲା ।ଯାହା ଫଳରେ ସେହିଦିନ ଠାରୁ ଏହି ଘାଟ ପାପକ୍ଷୟ ନାମରେ ନାମିତ ହୋଇଥିବାରୁ ଏବଂ ଲୋକଙ୍କ ବିଶ୍ୱାସ ରହିଥିବାରୁ ପାପକ୍ଷୟ ପାଇଁ ଏହି ଘାଟକୁ ସ୍ନାନ ପାଇଁ ଆସି ନିକଟ ବଟବୃକ୍ଷ ଅର୍ଗଲିରେ ଗଲିଥାନ୍ତି । ଏଥର ଭିଡ ଦୃଷ୍ଟିରୁ ଭକ୍ତଙ୍କ ସୁରକ୍ଷା ପାଇଁ ଏନଏଏସି  ପ୍ରଶାସନ,ପୋଲିସ ବାହିନୀ,ଡାକ୍ତରୀ ଟିମ,ଅଗ୍ନିଶମ ବାହିନୀ ଏବଂ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଓଡ୍ରାଫ୍ଟ ଟିମ ସଜାଗ ରହିଥିଲେ। ମହିଳାଙ୍କ ସ୍ନାନ ଓ ପୋଷାକ ବଦଳାଇବା ନେଇ ଅସ୍ଥାୟୀ ଭାବେ ସ୍ଵତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଥିଲା ।ହେଲେ ଶୌଚାଳୟ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ତେବେ ଏତେ ପ୍ରଶାସନିକ ସ୍ତରରେ ଏତେ ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରଡ଼ବାହାଲ ଗ୍ରାମରୁ ଏକ ୱିଙ୍ଗର ଗାଡ଼ିରେ ପ୍ରାୟ ୨୦ଜଣ ମହିଳା ଏହି ପୁଣ୍ୟପୀଠକୁ ବୁଡ଼ ପକାଇବା ପାଇଁ ଆସିଥିଲେ ।ବୁଡ଼ ପକାଇବା ସମୟରେ ଗାଡ଼ି ଚାଲକଙ୍କ ପ୍ୟାଣ୍ଟ,ସାର୍ଟ କେହି ଦୃର୍ବୁତ୍ତ ନେଇ ଫେରାର ହୋଇଯାଇଛି । ଯାହାକି ସେହି ପ୍ୟାଣ୍ଟ ରେ ନଗଦ ୧୫ହଜାର,୪୦ହଜାର ମୋବାଇଲ୍ ଫୋନ ଓ ଗାଡ଼ି ଚାବି ରହିଥିଲା ।ଫଳରେ ଉକ୍ତ ଗାଡ଼ି ସହିତ ଏଥିରେ ଆସିଥିବା ମହିଳା ମାନେ ଖବର ଲେଖା ହେବା ପର୍ଯ୍ୟନ୍ତ ନିଜ ଗ୍ରାମକୁ ଯାଇ ପାରୁ ନାହାଁନ୍ତି ।ଏନେଇ ସେମାନେ ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ଅନ୍ୟ ପକ୍ଷରେ ବିନିକା ଠାରୁ ୩କିମି ଏହି ପୀଠକୁ ଯାଇଥିବା ରାସ୍ତାଟି ଖାଲ ଖମାରେ ପରିପୂର୍ଣ ।ଯାଉଥିବା ଗାଡ଼ି ଗୁଡିକ ହାତୀ ଝୁଲିଲା ପରି ଯାଉଥିବା ଦେଖିବାକୁ ମିଳିଥିଲା।ରାସ୍ତାର ଅବସ୍ଥା ନେଇ ମଧ୍ୟ ପର୍ଯ୍ୟଟକ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ।ତେବେ ସେ ଯାହା ବି ହେଉ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବହନ କରି ଆସିଥିବା ଏହି ପୁଣ୍ୟପୀଠରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର,ରାଧାକୃଷ୍ଣ ମନ୍ଦିର ରହିଥିବାରୁ ଦର୍ଶନ ନିମନ୍ତେ ଏବଂ ପାପ ରୁ ମୁକ୍ତି ପାଇଁ ପାପକ୍ଷୟ ଘାଟରେ ବୁଡ଼ ପକାଇବା ପାଇଁ ନୀତି ପ୍ରତିଦିନ ଶହ ଶହ ମାତ୍ରାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନ ହେଉଛି । ସେମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ସାଙ୍ଗକୁ ତାଙ୍କର ସୁରକ୍ଷା ପାଇଁ ପୀଠ ପରିସରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇବାକୁ ଅଞ୍ଚଳର ଜନସାଧାରଣରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like