-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2025
ବଲାଙ୍ଗିର-- ବଲାଙ୍ଗିର ଫଟକା ବ୍ୟବସାୟୀ ସଂଘର ଏକ ଜରୁରୀ କାଳୀନ ବୈଠକ ବରପାଲିପଡା ମାନସୀ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଫଟକା କେମିତି ସୁରୁ ଖୁରୁ ରେ ବିକ୍ରି ହେବ ତାହା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରଶାସନ ର ସବୁ ନିୟମକୁ ମାନି କାର୍ଯ୍ୟ କଲେ ମଧ୍ୟ ଫଟକା ବ୍ୟବସାୟୀମାନଙ୍କୁ ଏ ଜାବତ୍ ଭଲ ଜାଗା ଖଣ୍ଡେ ଦିଆଯାଇ ନାହିଁ । ଏଥି ପାଇଁ ଫଟକା ବ୍ୟବସାୟୀ ସଂଘ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି । ଆଜି ସର୍ବସମ୍ମତିକ୍ରମେ ସଭାପତି ରୂପେ ସୌମ୍ୟ ରଞ୍ଜନ ପଣ୍ଡା, ଉପସଭାପତି ଅରୁଣ ରାଉତ, ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠି ଏବଂ କୋଷାଧ୍ୟକ୍ଷ ରାମ ଗୋପାଳ ନାଥ ଚୟନ କରାଯାଇଥିଲା । ବୈଠକରେ ସଂଗ୍ରାମ, ପ୍ରେମ, ବିଦେଶୀ, ପଂଚା, ସତ୍ୟମ, ଟୁଲୁ, ନେପାଲ, ଅଜିତ, ବବଲୁ, ନୀତେଶ, ନାରାୟଣ, ବଣ୍ଟି ମିଶ୍ର ପ୍ରମୁଖ ସମସ୍ତ ଫଟକା ବ୍ୟବସାୟି ଉପସ୍ଥିତ ଥିଲେ ।