-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
07-Sep-2025
ନୂଆପଡ଼ା (ରାମନାଥ ପଣ୍ଡା)
ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାର,ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳାହାଣ୍ଡି ଓ ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡ଼ାର ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ନେତୃତ୍ୱ ତାଲିମ ଶିବିରରେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଜାତୀୟ ସେବା ଯୋଜନା ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଓ ଦଶ ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।ଶିବିରରେ ନୂଆପଡ଼ା ଜିଲ୍ଲାର ୮ ଟି ମହାବିଦ୍ୟାଳୟ ସମେତ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ହିତେଶ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ,ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର କୁଳପତି ନିବେଦିତା ରଥ,କାର୍ଯ୍ୟକ୍ରମ ସଂଯୋଜକ ଡଃ ଚିତ୍ତରଞ୍ଜନ ଖୁଣ୍ଟିଆ,ଡଃ ରାମଚନ୍ଦ୍ର ମିଶ୍ର,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରଣତି ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।