-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
07-Sep-2025
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଅଧିବକ୍ତା ପରିଷଦ ପକ୍ଷରୁ ଜିଲ୍ଲା କାରାଗାର ଓ ସଖୀଗୃହ ପରିଦର୍ଶନ କରିଛନ୍ତି l ସୋନପୁର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ପରିଷଦର ସଭାପତି ବଳଦେବ ପଧାନ ସଭାପତିତ୍ୱରେ ସମ୍ପାଦକ ଦଶରଥ ମିଶ୍ରଙ୍କ ସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକାରିଣୀ କାର୍ଯ୍ୟକର୍ତ୍ତା ସବିତା ପଣ୍ଡା, ପ୍ରିତିପ୍ରଜ୍ଞା ପୁରୋହିତ, ମଧୁମିତା ପରମଗୁରୁ, ଶ୍ରୀକାନ୍ତ ଦାସ, ସମ୍ଭୁ ପ୍ରସାଦ ବିଶି, ମୋନଜ ପଣ୍ଡା, ଶ୍ରାବଣ ପ୍ରଧାନ, ତପନ ଜୁଆଡ଼ି ଜିଲ୍ଲା କାରାଗାର ଓ ସଖୀଗୃହ ପ୍ରଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା କାରାଗାର ଥିବା କଏଦୀ ମାନଙ୍କ ସ୍ବାସ୍ଥ୍ୟ, ଖାଦ୍ୟ, ସ୍ୱାଛତା, ମାନବ ଅଧିକାର ଓ ନ୍ୟାୟିକ ସହାୟତା ବିଷୟରେ ବୁଝାସୁଝା କରିଥିଲେ। ତାପରେ ସୋନପୁର ପେଲେସ ଗାର୍ଡେନର ଥିବା ସଖୀଗୃହ ମଧ୍ୟ ସମସ୍ତ ସୋନପୁର ଅଧିବକ୍ତା ପରିଷଦ କାର୍ଯ୍ୟକର୍ତ୍ତା ପରିଦର୍ଶନ କରିଥିଲେ l ଏହି ସମୟରେ ମହିଳା ମାନଙ୍କ ଗୃହରେ ଥିବା ବ୍ୟବସ୍ଥା ବୁଝିବା ସହ ମାନବ ଅଧିକାର ତଥା ନ୍ୟାୟିକ ଓ ସାମାଜିକ ସହାୟତା ଦେବାରେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ l