-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Sep-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାହାଜବାହାଲ ଠାରେ ସୁଇପ ଡିଜାର ଗାଡି କେନାଲ ଭିତର କୁ ପଶିଯିବାରୁ ଜଣେ ମୃତ। ସୂଚନା ମୁତାବକ କେନାଲ ରୋଡ ରେ ବରପାଲି ପଟୁ ଆସୁଥିବା ସୁଇପ ଡିଜାର ଗାଡି ଯାହାର ନମ୍ବର ଓଡି ୧୧ସି ୭୧୪୯ ସାହାଜବାହାଲ ନିକଟ ରେ ଭରସାମ୍ୟ ହରାଇ ଗାଡି କେନାଲ ଭିତରକୁ ପଶି ଯାଇଥିଲା। ସ୍ଥାନୀୟ ଲୋକେ ଦେଖି ରାମପୁର ଦମକଳ ବାହିନୀଙ୍କୁ ଫୋନ କରି ଡାକିଥିଲେ। ଗାଡି ରେ ଥିବା ଡ୍ରାଇଭରକୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନ ଆଣି ଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କର ନାମ ସରୋଜ ମହାନନ୍ଦ ଗ୍ରାମ କଦଳୀପାଲି ଥାନା ବରପାଲି ଜିଲ୍ଲା ବରଗଡ ବୋଲି ଜଣା ପଡିଛି।