-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍: ନୂଆ ଦିଲ୍ଲୀର ଓଡିଶା ନିବାସରେ ଖୋଲିଲା ଷ୍ଟଲ ହାଉସ ଖସ ଜଗନ୍ନାଥ ମନ୍ଦିରରେ ମଧ୍ୟ ଓମ୍ଫେଡ୍ ଘିଅ ଉପଲବ୍ଧ

05-Sep-2025



ଓଡିଶାର ଦୁଗ୍ଧଜାତ ଦ୍ରବ୍ୟ ଏବେ ଦିଲ୍ଲୀରେ ଉପଲବ୍ଧ । ଓଡିଶା ରାଜ୍ୟ ଦୁଗ୍ଧ ସମବାୟ ଉତ୍ପାଦକ ଫେଡେରେସନ ଲିମିଟେଡ୍ ବା ଓମଫେଡ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦ ଯଥା ଗାଈ ଘିଅ, ଫ୍ଳେଭର ମିଲ୍କ, ଛେନାପୋଡ, ପେଡା, ଆଇସକ୍ରିମ, ମିଠା ଓ ସାଧା ଦହି ଆଦି ବିଭିନ୍ନ ସ୍ୱାଦିଷ୍ଠ ଓ ଉତ୍ତମ ଗୁଣବତ୍ତା ଜିନିଷ ଉପଲବ୍ଧ ହେବ ସୂଦୁର ନୂଆ ଦିଲ୍ଲୀରେ  । ଦୀର୍ଘ 45 ବର୍ଷ ହେଲା ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଆର୍ଥିକ ବିକାଶରେ ସହାୟକ ହୋଇଆସିଥିବା ଓମ୍ଫେଡ୍ ଏବେ ରାଜ୍ୟ ବାହାରେ ତାର କାୟା ବିସ୍ତାର କରିଚାଲିଛି । ଓଡିଶା ନିବାସଠାରେ ଓମ୍ଫେଡ୍ ପକ୍ଷରୁ ଏକ ଷ୍ଟଲ ଖୋଲାଯିବା ପରେ ଏବେ ଦିଲ୍ଲୀର ହାଉସ ଖସ୍ ଜଗନ୍ନାଥ ମନ୍ଦିର ନିକଟରେ ଆଉ ଏକ ଷ୍ଟଲ ଖୋଲିବା ପାଇଁ ଦାବି ହୋଇଛି । ଏ ସଂପର୍କରେ ହାଉସ ଖସ୍ ଜଗନ୍ନାଥ ମନ୍ଦିରର ଉପସଭାପତି ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାମନ୍ତ ଓ ସଂପଦାକ ରବିନ୍ଦ୍ର ନାଥ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ

 

ସହ ଆଲୋନଚା କରିଛନ୍ତି ଖୋଦ୍ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ । 
 ସେପ୍ଟେମ୍ବର 3 ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟଶାଖା ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଦିଲ୍ଲୀରେ ବସବାସ କରୁଥିବା ବିଭିନ୍ନ ଓଡିଆ ସଂଗଠନର, ଶତିଧିକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଓମ୍ଫେଡ୍ କାଫେ ଓ କୋରାପୁଟ କଫି କାଫେର ଉଦଘାଟନ ହୋଇଯାଇଛି ।   
ଓମଫେଡ୍ ଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେବା ପରେ ଦିଲ୍ଲୀର ସମସ୍ତ ମନ୍ଦିରରେ ଓମ୍ଫେଡ ଘିଅ ଭୋଗ କରିବାକୁ ଦୀର୍ଘ ଦିନରୁ ବିଭିନ୍ନ ଓଡିଆ ସଂଗଠନ ଦାବି କରିଆସୁଥିଲେ । ଅନେକ ସମୟରେ ସେମାନଙ୍କ ନିକଟକୁ ଓମଫେଡ୍ ଉତ୍ପାଦ ପଠାଇବାରେ ମଧ୍ୟ ସମସ୍ୟା ହେଉଥିଲା । ମାତ୍ର ଏଣିକି ଦିଲ୍ଲୀରେ ରହୁଥିବା କେବଳ ଓଡିଆ ନୁହଁନ୍ତି, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବା ବସବାସ କରୁଥିବା ଲୋକେ ମଧ୍ୟ ଓମ୍ଫେଡ ଉତ୍ପାଦ ପାଇପାରିବେ । 
ସଂପ୍ରତି ଦିଲ୍ଲୀରେ 14ରୁ ଅଧିକ ଜଗନ୍ନାଥ ମନ୍ଦିର ରହିଛି । 15 ଲକ୍ଷରୁ ଅଧିକ ଓଡିଆ ବସବାସ କରୁଛନ୍ତି । ସେମାନଙ୍କ ନିକଟରେ ଓମ୍ଫେଡ୍ ଉତ୍ପାଦ ପହଞ୍ଚାଇବା ପାଇଁ ଓମ୍ଫେଡ ତଥା ରାଜ୍ୟସରକାରଙ୍କର ଏହି ପ୍ରୟାସକୁ ଦିଲ୍ଲୀର ଓଡିଆ ସମାଜ ତଥା ବ୍ୟକ୍ତି ବିଶେଷ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାର ଓ ଓମ୍ଫେଡକୁ ସାଧୁବାଦ ଜଣାଇଛନ୍ତି । ଏବେ ହାଉସ ଖାସ ଜଗନ୍ନାଥ ମନ୍ଦିରରୁ ଓମ୍ଫେଡ୍ ଘିଅ ବିଭିନ୍ନ ମନ୍ଦିରକୁ ଯାଉଛି  ଏବଂ ସାଧାରଣ ଲୋକେ ମଧ୍ୟ ନେଉନ୍ତି । ମାତ୍ର ଓଡିଶା ନିବାସରେ ଆଉ ଏକ ଷ୍ଟଲ ଖୋଲାଯିବା ଫଳରେ ସହଜ ଉପଲବ୍ଧ ହୋଇପାରିବ । କେବଳ ଘିଅ ନୁହେଁ, ଦିର୍ଘ ରହିପାରୁଥିବା ଓମ୍ଫେଡର ବିଭିନ୍ନ ଉତ୍ପାଦ ମଧ୍ୟ ଏଠାରେ ଉପଲବ୍ଧ ହେଉଛି ।   
କେବଳ ଦିଲ୍ଲୀ ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଓମ୍ଫେଡ୍ ଷ୍ଟଲ ଖୋଲିବା ସହ ବିଶ୍ୱଦରବାରେ ଓମ୍ଫେଡ୍ ଏବଂ କଫିକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝି । 
ଓମ୍ଫେଡ୍ ଦୁଗ୍ଧଠାରୁ ଆରମ୍ଭ କରି ଏହାର ସମସ୍ତ ଉତ୍ପାଦର ଗୁଣବତ୍ତା ରକ୍ଷା କରିଆସିଛି । ଉତ୍ତମ ସ୍ୱାଦ୍ୱ ଓ ଗୁଣବତ୍ତାର ସୁସ୍ୱାଦୁ ଉତ୍ପାଦ ତାର ଗ୍ରାହକମାନଙ୍କୁ ଦେବା ପାଇଁ ଉଦ୍ୟମ ଜାରି ରହିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟକର ପରିବେଶରେ ପ୍ରାକୃତିକ ଉପାୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ପ୍ରସ୍ତୁତି ହେଉଛି । ଅତ୍ୟାଧୁନିକ ସ୍ୱୟଂଚାଳିତ ମେସିନର ବ୍ୟବହାର ହେଉଛି । 
ଓମ୍ଫେଡ୍ ସହିତ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ପରିବାରଙ୍କ ଜୀବନ ଜୀବିକା ସହ ଯୋଡି ହୋଇ ରହିଛି । କେବଳ ସେତିକି ନୁହଁ, ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ମଧ୍ୟ ହଜାର ହଜାର ପରିବାରଙ୍କ ଜୀବିକା ନିର୍ବାହ କରୁଛନ୍ତି । ଓଡିଆ ଅସ୍ମିତା ସହିତ ଜଡିତ ଓମ୍ପେଡ୍ ଓଡିଶାର ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସଶକ୍ତ କରିପାରିଛି । 
 ଏହା ସହିତ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କରି ଆହୁରି ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବତୀଙ୍କୁ ଗୋପାଳନ ପାଇଁ ସବସିଡ୍ ଦେଇ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ ଏକ ଶିଳ୍ପରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଗୋପାଳନ, ଘାସ ଚାଷ, ଗୋଖାଦ୍ୟ ଉତ୍ପାଦନ, ଗୋବରରୁ ବାୟୋଗ୍ୟାସ୍ ପ୍ରସ୍ତୁତ ସହ ଖତ ଆଦି କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଫଳରେ ଦୁଗ୍ଧ ଉତ୍ପାଦନରେ ଓଡିଶା ଆତ୍ମ ନିର୍ଭରଶୀଳ  ହେବା ସହ ବେକାରୀ ସମସ୍ୟା ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।  ଆଗାମୀ ଦିନରେ ଓମ୍ଫେଡ୍ ଆହୁରି ଅନେକ ନୂଆ ନୂଆ ଉତ୍ପାଦ ବଜାରକୁ ଛାଡିବା ସହ ଏହାର ବଜାର ଗ୍ରାମାଞ୍ଚଳକୁ ବିସ୍ତାର କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ବୋଲି ସେ କହିଛନ୍ତି । 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like