-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ପ୍ରଯୁକ୍ତିବିଦ୍ୟା, ପଶ୍ଚିମ ଓଡିଶାର ଭାଷା ସାହିତ୍ୟ ସଂସ୍କୃତିର ଉତ୍ତରଣର ବାହକ ସାଜିଛି

05-Sep-2025



କଟକ(ପ୍ରେରଣା ଖବର): ନବମ ଦଶକର ଜଗତୀକରଣ ଆଞ୍ଚଳିକ ସାମାଜିକ ଜୀବନଚର୍ଯ୍ୟାକୁ କଳୁଷିତ କରିଥିବା ବେଳେ ପଶ୍ଚିମ ଓଡିଶାର ଲୋକସଂସ୍କୃତି ଏଥିରୁ ଲାଭାନ୍ବିତ ହୋଇଛି। ଗଣପର୍ବ ନୂଆଁଖାଇର୍ ଉଦ୍ଦାମତା କେବଳ ଆଉ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ସାରା ବିଶ୍ବରେ ନୂଆଁଖାଇ ଭେଟଘାଟ ଆୟୋଜନ ପଶ୍ଚିମ ଓଡିଶାର ଅସ୍ମିତାକୁ ଏକ ସ୍ବତନ୍ତ୍ର ପରିଚିତି ଦେଇଛି ବୋଲି ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ମତପ୍ରକାଶ କରିଛନ୍ତି। ଶୁକ୍ରବାର ସାରଳା ଭବନରେ ହୀରାଖଣ୍ଡ ସଂସ୍କୃତି ସମାଜର ସଭାପତି ଦେବେନ୍ଦ୍ରନାଥ ପାଢୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦେଶ କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ଦାସ ଆହୁରି କହିଛନ୍ତି, ଏହି ସାଂସ୍କୃତିକ ବିପ୍ଳବର ବିଶ୍ବବ୍ଯାପୀ ପ୍ରଚାରପ୍ରସାର ହେବା ଫଳରେ କଳାକାର ମାନେ ବହୁ ସଂଖ୍ୟାରେ ସମୃଦ୍ଧ ଐତିହ୍ୟର ବାର୍ତ୍ତାବହ ହେବା ସମ୍ଭବ ହେଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକର ପ୍ରସାର ସତ୍ତ୍ବେ ପଶ୍ଚିମ ଓଡିଶାର ଅଧିବାସୀ ମାନେ ଘରେ ପିଲାଛୁଆଙ୍କ ସହିତ ନିଜନିଜ ଭାଷାରେ କଥା ହେଲେ ସମୃଦ୍ଧ ସମ୍ବଲପୁରୀ/କୋସଲି ଭାଷା ସବୁଦିନ ପାଇଁ ବଞ୍ଚିରହିବ ବୋଲି ସେ କହିଥିଲେ। ତେବେ ଏହି ଭୂଖଣ୍ଡର ରାଜନୈତିକ-ଅର୍ଥନୈତିକ ବିକାଶ ପ୍ରସଙ୍ଗରେ କ୍ରମାଗତ ସରକାର ଉଦାସୀନ ରହିଆସିବା ଦ୍ବାରା ଆଞ୍ଚଳିକ ବୈଷମ୍ୟ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇପାରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ଅଢେଇ ଦଶନ୍ଧି ହୋଇଗଲା ପଛେ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ଭୁବନେଶ୍ବରରେ ହିଁ ରହିଗଲା। ରାଜ୍ୟର ବଜେଟ ପାଖାପାଖି ୩ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବିକାଶ ପରିଷଦର ବାର୍ଷିକ ବଜେଟ ୨୫ ବର୍ଷରେ ୧୦୦ କୋଟିରୁ ବଢି ମାତ୍ର ୫୨୦ କୋଟିରେ ପହଞ୍ଚିଛି। ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ତରିକତାର ଅଭାବ ସ୍ପଷ୍ଟ ଅନୁଭୂତ ହେଉଛି ବୋଲି ସେ କହିବା ସହ ସମ୍ମିଳିତ ଉଦ୍ୟମ ହେଲେ ଏ ସବୁ ସମସ୍ୟା ସମାଧାନ ସମ୍ଭବ ବୋଲି ସେ କହିଥିଲେ। ସେହିପରି ଗତ ୨୦ ବର୍ଷ ଧରି ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକରେ ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବର ପ୍ରଚାରପ୍ରସାର କରିଆସୁଥିବାରୁ ସେ ଆୟୋଜକ ସଂଗଠନକୁ କୃତଜ୍ଞତା ଜଣାଇଥିଲେ।

ସଂଗଠନର ସଂପାଦକ ଗଙ୍ଗାଧର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ବାସୁଦେବ ପୂଜାରୀ, ଉପସଭାପତି ଧନଞ୍ଜୟ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ଚୌଦ୍ବାରର ଚଇତିଘୋଡା ନୃତ୍ୟଗୁରୁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, କବିରାଜ ପଦ୍ମଶ୍ରୀ ପଟାୟତ ସାହୁ ଓ ବିଶିଷ୍ଟ ଇଏନଟି ବିଶେଷଜ୍ଞ ପ୍ରଫେସର ଡା. ବଳଭଦ୍ର ନାଏକ ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ। ଲୋକସ୍ରଷ୍ଟା କଳାପରିଷଦର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶିଷ୍ଟ ଭେଷଜ ପ୍ରଫେସର ଜୟନ୍ତ ପଣ୍ଡାଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like