-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
କୋଲକାତା ,(ପ୍ରେରଣା ଖବର ବ୍ୟୁରୋ) : ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତା ସ୍ଥିତ ଅପୋଲୋ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨ ଛାତିରେ ଯନ୍ତ୍ରମା ଲାଗି କୋଲକାତା ସ୍ଥିତ ଉଡଲାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡିଥିଲା । ସକାଳୁ ଘରେ ଜିମରେ ବ୍ୟାୟାମ କଲାବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗାଙ୍ଗୁଲିଙ୍କୁ ପାଞ୍ଚ ଦିନ ଧରି ରଖାଯାଇଥିଲା , ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରୁ ଉନ୍ନତି ଆସିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ମେଡିକାଲ ଷ୍ଟାଫ୍ ଓ ଡାକ୍ତରଙ୍କ ଧନ୍ୟବାଦ ଜଣାଇଥିଲା ।