-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ରାଜ୍ୟ

ଓଡ଼ିଆ ଜାତିକୁ ସଂସ୍କୃତିସଂପନ୍ନ କରିବାରେ ଅତିବଡ଼ୀଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟା ଅବିସ୍ମରଣୀୟ

03-Sep-2025



ଭୁବନେଶ୍ଵର(ପ୍ରେରଣା ଖବର): ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମଭାବନାର ବ୍ୟାପକ ପ୍ରସାର କ୍ଷେତ୍ରରେ ଜଗନ୍ନାଥ ଦାସଙ୍କ ଭୂମିକା ଅତୀବ କଲ୍ୟାଣକର ଓ ସମୟୋପଯୋଗୀ ପଦକ୍ଷେପ, ଏହା ନିଃସନ୍ଦେହ। ତେଣୁ ମହାପୁରୁଷଙ୍କ ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତାବୋଧ ଯୁଗେ ଯୁଗେ ଓଡ଼ିଆ ଜାତି ପ୍ରତି ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ଵାରା ମତପ୍ରକାଶ ପାଇଥିଲା। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୩୧ ଅଗଷ୍ଟ ୨୦୨୫ ପୂର୍ବାହ୍ଣ ୯.୦୦ ଘଟିକାରେ ଭୁବନେଶ୍ଵରସ୍ଥିତ ଭଞ୍ଜ କଳାମଣ୍ଡପ ସମ୍ମୁଖଠାରେ ଅବସ୍ଥିତ ଅତିବଡ଼ୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ଵାରା ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ଏହାର ପରବର୍ତ୍ତୀ ସାରସ୍ୱତ ସଭା ପୂର୍ବାହ୍ଣ ୧୦.୦୦ ଘଟିକାରେ ଅତିବଡ଼ୀଙ୍କ ଜନ୍ମପୀଠ କପିଳେଶ୍ଵରପୁର ଶାସନ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାମୁଖ୍ୟରେ ଆୟୋଜିତ ହୋଇଥିଲା। ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ଉଦ୍ଘାଟକ ଭାବେ ଯୋଗଦାନ କରି ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ସିଦ୍ଧସାଧକ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହକୁ ପାରମ୍ପରିକ ଭାବେ ଉଦ୍ଘାଟିତ କରିବା ସହ ସିଦ୍ଧସାଧକଙ୍କ କୃତି ଓ କୃତିତ୍ଵ ଉପରେ ଆଲୋଚନା କରିଥିଲେ। ବ୍ରହ୍ମଗିରିର ମାନ୍ୟବର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି କପିଳେଶ୍ଵରପୁର ଶାସନ ଠାରେ ଆୟୋଜିତ ଅତିବଡ଼ୀଙ୍କ ବହୁମୁଖୀ ପ୍ରତିଭା କିପରି ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ସହାୟକ ହୋଇପାରିଥିଲା ଏବଂ ତାଙ୍କର ପ୍ରଚେଷ୍ଟା ଅବିସ୍ମରଣୀୟ ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ କପିଳେଶ୍ଵରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବବିତା ବରାଳ, ସମିତି ସଭ୍ୟା ଶ୍ରୀମତୀ ଗୋଲାପ ସ୍ୱାଇଁ, ସଭାପତି ଶ୍ରୀଯୁକ୍ତ ବୀରବର ଦାଶ ଏବଂ ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ୍ ଟ୍ରଷ୍ଟ୍‌ବୋର୍ଡର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ଦାଶ ଯୋଗଦାନ କରି ଅତିବଡ଼ୀଙ୍କ ଜୟନ୍ତୀ ସମାରୋହ ଏଠାରେ ପାଳନ କରାଯାଉଥିବାରୁ ରାଜ୍ୟ ସରକାରଙ୍କୁ ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବା ସହ ସିଦ୍ଧସାଧକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡାକ୍ତର ଅଂଶୁମାନ କର ଏବଂ ଅନ୍ୟତମ ଗବେଷକ ଡକ୍ଟର ହେମନ୍ତ କୁମାର ଛୋଟରାୟ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ଓ ବିକାଶସାଧନ, ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା ତଥା ଶ୍ରେଷ୍ଠମାନର ପ୍ରବତ୍ତର୍ନ କ୍ଷେତ୍ରରେ ଅତିବଡ଼ୀଙ୍କ ଅବଦାନ କିପରି ରହିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସମାରୋହରେ ସଭାମୁଖ୍ୟ ଭାବେ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗଦାନ କରି ପୂର୍ବରୁ ଏହି ଜୟନ୍ତୀ ସମାରୋହରେ ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଅତିବଡ଼ୀଙ୍କ ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତା ଏ ଯୁଗେ ଯୁଗେ ଓଡ଼ିଆ ଜାତିପ୍ରତି ଚିରବନ୍ଦନୀୟ ହୋଇ ରହିବ ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରିଶେଷରେ ସହଯୋଗୀ ଅନୁଷ୍ଠାନ ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟ୍‌ବୋର୍ଡ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। 
ସେହିପରି ଏହି ଜୟନ୍ତୀ ସମାରୋହ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ପୂର୍ବାହ୍ଣ ୧୧.୦୦ ଘଟିକାରେ ଶ୍ରୀଜଗନ୍ନାଥ ସଂସ୍କୃତି ଭାଷ୍ୟକାର ପ୍ରଫେସର ଡାକ୍ତର ଜୟକୃଷ୍ଣ ଦାସଙ୍କ ସଭାମୁଖ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନିରଞ୍ଜନ ସାହୁ ଯୋଗଦାନ କରି ପଞ୍ଚସଖା ଯୁଗର ଏହି ଅନନ୍ୟ ସିଦ୍ଧସାଧକଙ୍କ ସାଧନା, ନିଷ୍ଠା ଓ ସର୍ବୋପରି ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମଭାବନାରେ ଅତିବଡ଼ୀଙ୍କ ଭୂମିକା କିପରି ରହିଥିଲା ଏହାରି ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବକ୍ତା ପରିବ୍ରାଜକ ପ୍ରମୋଦ କୁମାର ଯୋଗଦାନ କରି ଅତିବଡ଼ୀଙ୍କ ସାରସ୍ୱତ ଅବଦାନ ଓ ସମାଜର କଳୁଷିତ ସଂସ୍କାରକୁ ଦୂର କରିବା ତଥା ଓଡ଼ିଆ ଅସ୍ମିତାକୁ ବଂଚାଇ ରଖିବା ପାଇଁ ପ୍ରାଣାନ୍ତକ ଉଦ୍ୟମ ଜାରି ରଖି ଓଡ଼ିଆ ଜନଜୀବନରେ ଯେଉଁ ନୂତନ ଆଶା ସଞ୍ଚାର କରିପାରିଥିଲେ ଏହାରି ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଭାଷ୍ୟକାର ପ୍ରଫେସର ଡାକ୍ତର ଜୟକୃଷ୍ଣ ଦାସ ଯୋଗଦାନ କରି ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଏହି ଚିରନ୍ତନ ଯଶସ୍ୱୀ ସାରସ୍ୱତ ସାଧକଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ଜୟନ୍ତୀ ସମାରୋହର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ଅତିବଡ଼ୀଙ୍କ କୃତି ଓ କୃତିତ୍ଵ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ସ୍ୱାଗତ, ଅତିଥି ପରିଚୟ ଓ ପରିଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ। ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସହଯୋଗୀ କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଦ୍ଵାରା ପାରମ୍ପରିକ ଢ଼ଙ୍ଗରେ ପର୍ଯ୍ୟାୟକ୍ରମେ ଭାଗବତର ବିଭିନ୍ନ ପଂକ୍ତିଗୁଡ଼ିକ ପାଠ କରିଥିଲେ। ଶ୍ରୀ ଅଭିନନ୍ଦନ ଦାସ ସଂଯୋଜନା କରିଥିଲେ। ଏଥିରେ ଅତିବଡ଼ୀ ଜଗନ୍ନାଥ ଦାସ ପ୍ରେମୀ ସୁଧୀବୃନ୍ଦ, ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତ୍ୟିକ/ସାହିତ୍ୟିକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଜୟନ୍ତୀ ସମାରୋହଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।
ଏହି ଉତ୍ସବଟିକୁ ଚିରସ୍ମରଣୀୟ କରିବା ନିମନ୍ତେ ଆସନ୍ତାକାଲି ୧ ସେପ୍ଟେମ୍ବର ୨୦୨୫ ପୂର୍ବାହ୍ଣ ୧୧.୦୦ ଘଟିକାରେ ଅତିବଡ଼ୀଙ୍କ ସାଧନାପୀଠ ପୁରୀସ୍ଥିତ ସାତଲହଡ଼ି ମଠଠାରେ ଆୟୋଜିତ ଆଲୋଚନାଚକ୍ରକୁ ସଫଳ କରିବା ନିମନ୍ତେ ଏଥିରେ ବହୁସଂଖ୍ୟାରେ ଅତିବଡ଼ୀ ଜଗନ୍ନାଥ ଦାସ ପ୍ରେମୀ ଜନସାଧାରଣ ଯୋଗଦାନ କରିବାକୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଅନୁରୋଧ ଜଣାଇଅଛନ୍ତି।

 


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like