-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
01-Sep-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ରୁମ୍କୁଝୁମାନା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ସଂସ୍କୃତି ଭବନ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅନୁଷ୍ଠାନର ମୁଖ୍ୟ ଶାଶ୍ବତ କୁମାର ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଦିବସ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନାଚ ଗୀତ ସହିତ ସମ୍ୱର୍ଦ୍ଧନା ପର୍ବର ମଧ୍ୟ ଆୟୋଜନ କରା ଯାଇଥିଲା। ସୁଦୂର ଜାପାନ ରୁ ମଧ୍ୟ ଏଥିରେ ପ୍ରତିଭାଗୀ ରହିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ କଳାକାର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା। ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ତନ ଉଚ୍ଚଶିକ୍ଷା ପରାମର୍ଶଦାତା
ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କୁ ମଧ୍ୟ ଏଇ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।ଏହା ଜାଣିବା ପରେ ବରିଷ୍ଠ ନାଗରିକ ସଂଗଠନ ର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ସଦସ୍ୟ ଚମରା ମହାକୁର , ଦ୍ବିତୀକୃଷ୍ଣ ପଣ୍ଡା ଓ ଅନ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି।