-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କଟାଗାଁକୁ ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେବା ପାଇଁ ଦାବିକଳେ ୧୦ ଟି ପଞ୍ଚାୟତ ର ସାଧାରଣ ଜନତା

01-Sep-2025



ନବରଙ୍ଗପୁର (ମିହିର ଶଙ୍କର ପାତ୍ର) କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ତାରାଗାଁ
ପଞ୍ଚାୟତ  ସ୍ଥିତ କଟାଗାଁ କୁ ନୂତନ ବ୍ଲକ ମାନ୍ୟତା ଦେବା ପାଇଁ ଦାବୀ ବର୍ତ୍ତମାନ ଯୋର ଧରିବାରେ ଲାଗିଛି। ଏନେଇ ଆଜି ତାରାଗାଁ  ପଞ୍ଚାୟତ
 କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜନ କରାଯାଇଛି | ଆୟୋଜିତ ଉକ୍ତ ବୈଠକରେ ୧୦ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ୱାର୍ଡ ମେମ୍ବର ଙ୍କ ସମେତ ଅଞ୍ଚଳ ର ଜ୍ଞାନୀଗୁଣି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ସହସ୍ରାଧିକ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଛି | ପ୍ରକାଶ ଥାଉକି, କୋଷାଗୁମୁଡା ବ୍ଲକ  ଅନ୍ତର୍ଗତ ୧୦ ଗୋଟି 
ପଞ୍ଚାୟତ  ଯଥା:-ତାରାଗାଁ, ବଡ଼ଗୁମୁଡା, ଆଟିଗାଁ,ଵାଲେଙ୍ଗା, ଏକୋରୀ, ମୋତିଗାଁ,ବାଙ୍କୁଲୀ,ଏମ କାରାଗାଁ, ବି.ଏମ.ସେମଳା ଓ ଟେମରା଼  ପଞ୍ଚାୟତବାସୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ୪୦ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଯିବାକୁ ପଡୁଥିବା ଯୋଗୁଁ ସବୁବେଳେ ହଇରାଣ ହୋଇଆସୁଛନ୍ତି | ବ୍ଲକ କାର୍ଯ୍ୟାଳୟର କାମ ହେଉ ଅଥବା ମେଡିକାଲ କାର୍ଯ୍ୟ ହେଉ ଓ ତହସିଲ କାର୍ଯ୍ୟ ହେଉ ସବୁଥିରେ ଅସୁବିଧା ଭୋଗିଆସୁଥିବା ବେଳେ ପ୍ରଶାସନିକ ସୁବିଧା ମଧ୍ୟ ଠିକ ଭାବେ ଏହି ସବୁ ଅଞ୍ଚଳବାସୀଙ୍କ ପାଖରେ
ପହଞ୍ଚି  ପାରୁନାହିଁ | ବେଳେବେଳେ ପ୍ରଶାସନ ମଧ୍ୟ ଏହିସବୁ ଅଞ୍ଚଳକୁ ଅଣଦେଖା କରୁଥିବା ଅଂଚଳବାସୀ ଦାବୀ କରିଆସୁଛନ୍ତି | ତେଣୁ କଟାଗାଁ  ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେଲେ ଉପରୋକ୍ତ ୧୦ ଗୋଟି
ପଞ୍ଚାୟତ ବାସୀ ଉପକୃତ ହେବେ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା | ପୂର୍ବରୁ ମଧ୍ୟ ୨୦୧୪ ମସିହାରୁ କଟାଗାଁକୁ ସ୍ୱତନ୍ତ୍ର ବ୍ଲକ ପାଇଁ ଦାବୀ ହୋଇଆସୁଛି |ହେଲେ ସେ ସମୟର ସରକାର ଅଂଚଳବାସୀଙ୍କ ଦାବୀକୁ ଭ୍ରୁକ୍ଷେପ ନ କରିବାରୁ ଅଞ୍ଚଳବାସୀଙ୍କୁ କୌଣସି ସୁଫଳ ମିଳିନଥିଲା |ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଞ୍ଚଳବାସୀଙ୍କୁ ଏକ ନୂତନ ଆଲୋକ ଦୃଶ୍ୟମାନ ହୋଇଛି |ତେଣୁ ଏହି ଦାବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେବା ନେଇ ଆଜି ସ୍ଥିର କରାଯାଇଛି | ଅନ୍ୟପଟେ କୋଷାଗୁମୁଡା ବ୍ଲକ ସ୍ଥିତ କୋଡ଼ିଙ୍ଗା ଅଂଚଳବାସୀ ମଧ୍ୟ କିଛି ପଞ୍ଚାୟତ ର ସମର୍ଥନ ନେଇ ବିଗତ ଦିନରେ କୋଡ଼ିଙ୍ଗା କୁ ନୂତନ ବ୍ଲକ ଗଠନ ଦାବୀ ରେ ବସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ବର୍ତ୍ତମାନ ସରକାର ଉଭୟ କୋଡ଼ିଙ୍ଗା ଏବଂ କଟାଗାଁ ରୁ ଉଠୁଥିବା ଦାବୀକୁ କେତେ ଗୁରୁତର ସହ ନେଇ କାହା ଦାବୀ କୁ ପ୍ରାଧାନ୍ୟ ଦେବେ ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like