-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମଗ୍ର ଭାରତ ରେ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳନ କରାଯାଉଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ତରଫରୁ ବ୍ଯାଡମେଣ୍ଠନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍ ର ସଭାପତି ଜଗନ୍ନାଥ ସହୁ ଅଧ୍ୟକ୍ଷତା କରିଥିବା ବେଳେ ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ସ୍ମୃତି ଚାରଣ କରାଯାଇଥିଲା।ଧ୍ୟାନ ଚାନ୍ଦ ୨୯ ଅଗଷ୍ଟ ୧୯୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରସିଦ୍ଧ ଭାରତୀୟ ହକି ଖେଳାଳି ଥିଲେ ଏବଂ ତାଙ୍କୁ "ହକିର ଯାଦୁଗର" ବୋଲି କୁହାଯାଏ। ଏଣୁ ୨୯ ଅଗଷ୍ଟ ତାଙ୍କ ଜନ୍ମ ଦିନକୁ ସ୍ମୃତି ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ।
ଏହି ଅବକାଶରେ ୧୫ ବୟସରୁ କମ୍ ପିଲାମାନଙ୍କୁ ନେଇ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ବାର ଆସୋସିଏସନ୍ ସଭାପତି ତଥା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସମ୍ପାଦକ ପ୍ରୀତପାଲ ସିଂ,ସମ୍ମାନିତ ଅତିଥି ଭାବେ ଜିଲ୍ଳା କ୍ରୀଡା ଅଧିକାରୀ ମୁନା ତୁରକୁ, ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବାର ଆସୋସିଏସନର ସମ୍ପାଦକ ସାଗର ପାଣିଗ୍ରାହୀ,ରତନ ମଣ୍ଡଳ,ଦିନେଶ ହାଲୱ।, ଭାଗିରଥୀ ବେହେରା, ଲକ୍ଷ୍ମୀ କାନ୍ତ ପୂଜରୀ ପ୍ରମୁଖ ଯୋଗ ଦେଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)