-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ବରପାଲି (ସୁଦାମ ଦୀପ)
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଲା ଗ୍ରାମ କୁମ୍ଭାରୀ ଠାରେ ଆଜାଦ କ୍ଳବ ଆନୁକୂଲ୍ୟରେ 40 ତମ ଦ୍ବିଦିବସୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି l ସନ୍ଧ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏହି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ରାମଜୀ ପଧା ସଭାପତିତ୍ୱ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ସମ୍ମାନିତ ଅତିଥି ଭାବରେ ଧୀରୋଜ ପଧାନ, ବିଜେପି ନେତା,ମୁଖ୍ୟ ବକ୍ତା ଭାବରେ ନାରାୟଣ ଭୋଇ,ଅଧ୍ୟାପକ ତୋରା ମହାବିଦ୍ୟାଳୟ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ପପୁନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରମେଶ ମାଝୀ ନିଜର ସମ୍ପାଦକିୟ ଅଭିଭାଷଣ ପଠନ କରିଥିଲେ l ଆଜାଦ କ୍ଳବ ତରଫରୁ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଗ୍ରାମର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲେ l ସାଧାରଣ ସଭା ଶେଷରେ ସେବାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l