-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
28-Aug-2025
(ପ୍ରେରଣା ଖବର)
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ଓ ବିଦ୍ୟାମନ୍ଦିର ପରିସରରେ ଯଦୁମଣି ଦାଶ ପୂଜକ ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ କୁନିକୁନି ପିଲାମାନଙ୍କର କଲମରୁ ଧରି ପଡୁଥିବା ବିଭିନ୍ନ ଗଳ୍ପ,କବିତା ଓ ଚିତ୍ର ର ସମାହାର ଗଣେଶ ପୂଜା ପ୍ରାଚିର ପତ୍ରିକା ଅରୁଣ କୁ ଉପଦେଷ୍ଟା ମଣ୍ଡଳୀ ର ସଭ୍ୟ ଜୟନାରାୟଣ ତ୍ରିପାଠୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉନ୍ମୋଚନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ସଭାପତି ପୃଥିରାଜ ସାହୁ,ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, ଉପଦେଷ୍ଟା କମିଟିର ସଭ୍ୟ ଭକ୍ତ ଚରଣ ସାହୁ, ଜିଲ୍ଲା ସଂଘ ଚାଲକ ରୋହିତ କୁମାର ମେହେର, ସମାଜ ସେବୀ ନୀରୋଜ ଦୋରା , ପରିଚାଳନା ସମିତି ର ସଭ୍ୟ ସଭ୍ୟା ,ପୁର୍ବତନ ଛାତ୍ର,ମାତୃଭାରତୀ ର ସଭ୍ୟା ବୃନ୍ଦ, ଅଭିଭାବକ ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।