-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

*ଫାଇଲେରିଆ ରୋଗର ନିରାକରଣ ଓ ସାମୁହିକ ଔଷଧ ସେବନ ଉପରେ ଗୁରୁତ୍ଵ ଦେଲେ ଜିଲ୍ଲାପାଳ - ଗଣ ମାଧ୍ୟମ ଜରିଆରେ ଲୋକ ଙ୍କୁ ସଚେତନ କଲେ*-

20-Aug-2025



ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ୍ ସାହୁ ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଜିଲ୍ଲା ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରେସ ବିବୃତ୍ତି ମାଧ୍ୟମରେ ଅବଗତ କରି ଲୋକ ଙ୍କୁ କଲେ ସଚେତନ l ଗତ ତା ୧୦.୦୮.୨୦୨୫ ରିଖ ଠାରୁ ତା ୧୯.୦୮.୨୦୨୫ ରିଖ ମଧ୍ୟରେ ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଦ୍ୱୟ ର  ଗ୍ରାମାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲଟି/ ବିଜ୍ଞାପିତ ଅଞ୍ଚଳ ପରିଷଦର ସର୍ବମୋଟ ୪,୩୦୬୧୮ ଲୋକଙ୍କୁ ଫାଇଲେରିଆ ରୋଗ ସାମୁହିକ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତନ୍ମଧ୍ୟରୁ ତା ୧୮.୦୮.୨୦୨୫ ରିଖ ସୁଦ୍ଧା ୩,୪୦,୪୩୫ ଲୋକଙ୍କୁ ଫାଇଲେରିଆ ରୋଗର ସାମୁହିକ ଔଷଧ ସେବନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡଃ ସାହୁ ପ୍ରକାଶ କଲେ ଯେ  ୧୮ ସୁଦ୍ଧା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତାରିଖ  ଯାଏ ସର୍ବ ମୋଟ ୩୦,୯୨୭ ଲୋକଙ୍କ ମଧ୍ୟରୁ ୧୭,୯୬୭ ଲୋକଙ୍କୁ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୮,୭୮୪ ଲୋକଙ୍କ ମଧ୍ୟରୁ ୫,୫୫୯ ଲୋକଙ୍କୁ, ସୋନପୁର ମ୍ୟୁନିସିପାଲଟି ର ୨୫,୨୩୯ ଲୋକଙ୍କ ମଧ୍ୟରୁ ୨୩,୧୭୭ ଲୋକଙ୍କୁ, ବୀରମହାରାଜପୁର ବ୍ଲକର ମୋଟ ୧,୦୧,୩୦୦ ଲୋକଙ୍କ ମଧ୍ୟରୁ ୮୦,୮୫୪ ଲୋକଙ୍କୁ,  ଉଲୁଣ୍ଡା ବ୍ଲକର ମୋଟ ୯୫,୫୩୭ ଲୋକଙ୍କ ମଧ୍ୟରୁ ୮୨,୨୩୧ ଲୋକଙ୍କୁ ଓ ସୋନପୁର ବ୍ଲକର ୮୫,୩୪୬ ଲୋକଙ୍କ ମଧ୍ୟରୁ ୬୫,୦୯୪ ଲୋକଙ୍କୁ ଫାଇଲେରିଆ ରୋଗର ଔଷଧ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ସେବନ କରାଯାଇଛି। ସାମୁହିକ ଔଷଧ ସେବନର ହାର ୮୫.୫୩%(ପ୍ରତିଶତ) ଅଟେ । ଫାଇଲେରିଆ ରୋଗର ଔଷଧ ଖାଇଥିବା  ଲୋକମାନଙ୍କ ମଧ୍ୟରୁ କୌଣସି ଲୋକ ଔଷଧର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ହୋଇନାହାନ୍ତି କିମ୍ବା ସେମାନଙ୍କର କୌଣସି ଅଘଟଣ ହୋଇନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ଔଷଧ ଖାଇ ନ ଥିବା ଅବଶିଷ୍ଟ ୯୦,୧୮୩ ଲୋକଙ୍କୁ ଆଗାମୀ ୦୩ (ତିନି) ଦିନ ମଧ୍ୟରେ ଯୁଦ୍ଧ କାଳୀନ ଭିତ୍ତିରେ ଔଷଧ ଖୁଆଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବିଷୟ ଅବଗତ କରାଇଥିଲେ । ଓ ସ୍କୁଲ୍ କଲେଜ୍ ରେ ପିଲା ମାନଙ୍କୁ ବୁଝାଇ ଔଷଧ ଦେବାକୁ ପରାମର୍ଶ କରି ସରକାର ଙ୍କୁ ସଠିକ ତଥ୍ୟ ଦେବାକୁ ଡ଼ଃ ସାହୁ କହିଥିଲେ l ଏ ଅବସରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ ଯେ ବୟସ ଅନୁଯାୟୀ ଉପଯୁକ୍ତ ମାତ୍ରା ପରିମାଣର ଔଷଧ ସ୍ୱାସ୍ଥ୍ୟ କର୍ମୀଙ୍କ ତତ୍ତ୍ୱାବଧାନରେ ଆଗାମୀ ତିନି ଦିନ ତା ୨୨.୦୮.୨୦୨୫ ରିଖ ମଧ୍ୟରେ ଔଷଧ ସେବନ କରି  ଏହି କାର୍ଯ୍ୟକ୍ରମକୁ ସଫଳ କରିବା ହେବେ ।ଏହି ପ୍ରେସ ବିବୃତି ପ୍ରଦାନ ସମୟରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଶ୍ରୀ ଅର୍ଜୁନ ମାଝୀ,  ଜିଲ୍ଲା  ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ଡା  ଉଷାରାଣୀ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ, ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ବି ଡି ଡ଼ା,ତ୍ରିବିକ୍ରମ ପାଣ୍ଡିଆ,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ଜିଲ୍ଲା ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,
 ଜିଲ୍ଲା ସ୍ତରୀୟ ଅଧିକାରୀ  ଫାଲେରିଆ ରୋଗ ନିରାକରଣ, ସୁବର୍ଣ୍ଣପୁର ଙ୍କ ସମେତ  ଜିଲ୍ଲା ସ୍ତରୀୟ  ବିଭିନ୍ନ  ଗଣମାଧ୍ୟମ  ପ୍ରତିନିଧି ମାନେ ଉପସ୍ଥିତ ରହି ଏବେବି ଅନେକ ସ୍କୁଲ କଲେଜ୍ ରେ ପିଲା ମାନେ ଔଷଧ କରି ନ ଥିବା ବିଷୟ ଉଲ୍ଲେଖ କରି ଥିଲେ l ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଓ କର୍ମଚାରୀଙ୍କ ବ୍ୟବହାର ରେ ସଂସ୍କାର ଆଣି ବାକୁ, ଚିକିତ୍ସା କ୍ଷେତ୍ରରେ ଉତ୍ତମ ସେବା ଦେବାକୁ, ଅଚଳ ସି ସି ଟି ଭି କୁ କାର୍ଯ୍ଯ କ୍ଷମ କରି ରୋଗୀ ଓ ସହାୟକ ଙ୍କ ଧନ ଜୀବନ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାମ୍ବାଦିକ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like