-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Aug-2025
କାଲିମେଳା(ସନ୍ତୋଷ କୁମାର ପଣ୍ଡା):କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସବେରୀ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି l lଯାହାଫଳରେ ମାଲକାନଗିରି ସୁକମା ରାସ୍ତାରେ ଥିବା ଝାପ୍ରା ପୋଲ ଉପରେ ୪ ଫୁଟରେ ପାଣି ପ୍ରଭାବିତ ହେଉଛି।ମାଲକାନଗିରି ସୁକମା ରାସ୍ତା ବନ୍ଦ lଝାପ୍ରା ପୋଲ ଉପରେ ୪ ଫୁଟର ପାଣି l ମାଲକାନଗିରିରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ସକାଳୁ ବର୍ଷା କମିଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସାବେରୀ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି ସୁକମା ରାସ୍ତାରେ ଥିବା ଝାପ୍ରା ପୋଲ ଉପରେ ୪ ଫୁଟରେ ପାଣି ପ୍ରଭାବିତ ହେଉଛି।ବ୍ରିଜ଼ର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା ବେଳେ ବ୍ରିଜ଼ ତଳକୁ ବନ୍ୟା ପାଣି କମିଲେ ଗାଡି ଚଳାଚଳ ହେବା ସହ ଯାତାୟତ ସ୍ୱାଭାବିକ ହେବାର ସମ୍ଭାବନା ରହିଛି l