-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବୋଡ଼େନ (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନଙ୍କ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଚିକିତ୍ସା ଆକଳନ ଓ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ନୂଆପଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାଏକ,ଜିଲ୍ଲା ଅନ୍ତର୍ନୀବେଶି ଶିକ୍ଷା ସଂଯୋଜକ ହେମନ୍ତ ଭୋଇ,ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର ଯୋଗଦାନ କରିଥିଲେ ।ଅତିଥି ମାନଙ୍କ ଦ୍ଵାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରବଣ ଯନ୍ତ୍ର,ଟ୍ରାଇ ସାଇକେଲ,ହ୍ୱିଲ ଚେୟାର, ବ୍ରେଲ କିଟ ଇତ୍ୟାଦି ବହୁବିଧ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା ।ଛାତ୍ର ଛାତ୍ରୀଙ୍କ ଚିକିତ୍ସା ଆକଳନ ଓ ଶାରୀରିକ ପରୀକ୍ଷା ପାଇଁ ଦୁଇଜଣ ଡାକ୍ତର କମଲ ଚରଣ ଦଳାଇ ଓ ସତ୍ୟବ୍ରତ ଗିରି କ୍ୟାମ୍ପରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇଜଣ ବି ଆର୍ ଟି କେଶବ ମେହେର ଓ ଅଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ ।