-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2025
ବଲାଗିଂର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍ ହେବା ଦ୍ୱାରା ପ୍ରାକୃତିକ ପରିବେଶ ତଳି ଅଂଚଳ ରେ ମଧ୍ୟ ଉଜୁଡି ଯାଇଛି ତାକୁ ପୁନଃଉଦ୍ଧାର କରିବା ସକାଶେ ବନର୍ଦୁଗା ମହୋତ୍ସବ କମିଟି ଏକ ସାମୁହିକ ପ୍ରୟାସ ଆରମ୍ଭ କରିଛି । ଏହି ଡେମ୍ କୁ ସଂଯୋଗ କରିଥିବା ରାସ୍ତା ସୁକତେଲ ଛକ ବାରପୁଡୁଗିଆ ରୁ ଡେମ୍, ଗେଡାବାଂଜି ଛକ ରୁ ଡେମ୍ ଓ ନଦୀ ଆର ପଟ ଘୁଂଗି ର୍ଗେଡି ରାସ୍ତା ଉଭୟ ପାର୍ଶ୍ଵ ରେ ଗଛ ଲଗାଇ ଯତ୍ନ ନେବା କୁ ବିଭିନ୍ନ ସମୟ ରେ ପ୍ରଶାସନ ନିକଟରେ ଆଲୋଚନା କରାଯାଇଥିଲା । ଜଂଗଲ ପଦା ହୋଇଯାଇଥିବା ସ୍ଥାନ ରେ ଅଧିକ ଔଷଧୀୟ
ଗଛ ଏବଂ ଫଳ ଗଛ ଲଗାଇ ଯତ୍ନ ନେବାପାଇଁ ପଦେକ୍ଷପ ନେବାକୁ ପ୍ରଶାସନ ସହ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି ବନର୍ଦୁଗା ମହୋତ୍ସବ କମିଟି ବୃକ୍ଷ ରୋପଣ ଆରମ୍ଭ କରିଛି ଏବଂ ଯତ୍ନ ନେବା ପାଇଁ ସପଥ ନେଇଛି ଏବଂ ଧନ୍ୟବାଦ ଜଣାଇଛି ଜିଲ୍ଲା ପ୍ରଶାସନର ପଦକ୍ଷେପ କୁ । ଏହି କାର୍ଯ୍ୟକ୍ରମ ରେ ସରପଂଚ ତଥା ସଭାପତି ସଂଜୟ ଗଡତ୍ୟା, ଉପସଭାପତି ଓ ଯୁବ ସଂଗଠକ କୈଳାଶଚନ୍ଦ୍ର ସିଂଦେଓ, ପାରାଲିଗାଲ ସ୍ୱେଚ୍ଛାସେବୀ, ପରିବେଶ ପ୍ରେମୀ ତଥା ସଂପାଦକ ଜୟକୃଷ୍ଣ ମିଶ୍ର, ସମାଜସେବୀ ସହ ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ଅଜୟ ଗଡତ୍ୟା, ଭରତ ସାହୁ, ବ୍ୟାସଦେବ ବନଛୋର, ସଂଜୟ ନାଏକ ଙ୍କ ସହ ବହୁ ଯୁବକ ଅଂଶଗ୍ରହଣ କରିଥିଲେ ।