-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବ୍ରହ୍ମପୁର, (କୁମୁଦ ରଂଜନ ବେହେରା) : ବହୁ ଚର୍ଚ୍ଚିତ ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ଏହି ହତ୍ୟା ଘଟଣାରେ ଗଞ୍ଜାମ ପୋଲିସକୁ ମିଳିଛି। ଏହି ଘଟଣାରେ ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତ ୨୦ ତାରିଖରେ ଚା ଦୋକାନରେ ବସିଥିବା ବେଳେ ଦେବରାଜଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିଥିବା ଗଞ୍ଜାମ ଏସ୍ପି ସୂଚନା ଦେଇଥିଲେ।
ଏହି ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହତ୍ୟାକାରୀ ଖୁବ ଶୀଘ୍ର ଗରିଫ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଗଞ୍ଜାମର ଅତିରିକ୍ତ ଏସ୍ପିଙ୍କୁ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଯେଉଁଥିରେ ୨ ଜଣ ଏସ୍ଡିପିଓ ଏବଂ ୪ ଜଣ ଥାନା ଅଧିକାରୀ ସାମିଲ ଥିଲେ। ଏହାପରେ ଆରମ୍ଭ ହୋଇଥିଲା, ତନାଘନା। ଶେଷରେ ୮ ଜଣ ଅଭିଯୁକ୍ତକୁ ଗଞ୍ଜାମ ପୋଲିସ ଗିରଫ କରିଛି।