-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ଜୟପୁର (ପ୍ରେରଣା ଖବର ବ୍ୟୁରୋ) : ପ୍ରେମ ପାଇଁ ମଣିଷ ସବୁ ସୀମା ଅତିକ୍ରମ କରିପାରେ। ବେଳେ ବେଳେ ଏଭଳି ଘଟଣାକୁ କଳ୍ପନା କରିବା ବି ଅସମ୍ଭବ। ପ୍ରେମୀଯୁଗଳ ପରଷ୍ପରକୁ ସାକ୍ଷାତ କରିବାକୁ ସବୁ ବେଳେ ବ୍ୟାକୁଳ ହେଉଥିବା ବେଳେ ମନରେ ଭୟ କିନ୍ତୁ ଥାଏ। କିନ୍ତୁ ସମୟ ଆସିଲେ ଏହି ଭୟ ମଣିଷକୁ କିଛି ବି କରିବା ପାଇଁ ପ୍ରେରଣା ଦେଇଥାଏ। ସେମିତି ଜଣେ ପ୍ରେମିକର ସୀମା ପାର ପ୍ରେମ ଦେଖିବାକୁ ମିଳିଛି। ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ତା’ ପରିବାର ଲୋକ ଯୁବକଙ୍କୁ ଦେଖିଦେଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ଭାରତ ସୀମା ଡେଇଁ ପାକିସ୍ତାନ ପଳାଇଲା ପ୍ରେମିକ।
ଏନେଇ ଯୁବକଙ୍କ ପରିବାର ଭାରତୀୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଏହା ସମ୍ପର୍କରେ ଭାରତୀୟ ଅଧିକାରୀ ପାକିସ୍ତାନ ପୋଲିସକୁ ଜଣାଇଥିବା ବେଳେ ଯୁବକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି।
ହିନ୍ଦୁସ୍ତାନ ଟାଇମ୍ସର ଏକ ଖବର ଅନୁସାରେ ଏହି ଘଟଣା ରାଜସ୍ଥାନର ବାଡମେରରେ ଘଟିଛି। ବିଜରାଡ ଥାନା ଅଞ୍ଚଳରେ ଆସୁଥିବା ଏକ ଅଞ୍ଚଳ ପାକିସ୍ତାନ ସୀମା ସହ ଲାଗି ରହିଛି। ସେଠାରେ ରହୁଥିବା ୧୯ ବର୍ଷୀୟ ଗେମରା ରାମ ମେଘଓ୍ବାଲ ପଡ଼ୋଶୀରେ ଥିବା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।
ସବୁ ବେଳେ ସେମାନେ ଲୁଚି ଛପି ପରଷ୍ପରକୁ ସାକ୍ଷାତ କରୁଥିଲେ। ଦିନେ ଗେମରା ଯୁବତୀଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଏହାକୁ ଦେଖିପାରିଥିଲେ। କାଳେ ସେମାନେ ଆକ୍ରମଣ କରି ଲହୁଲୁହାଣ କରିପକାଇବେ ସେହି ଭୟରେ ଗେମରା ଭାରତ ସୀମା ପାର କରି ପାକିସ୍ତାନ ଚାଲିଯାଇଥିଲେ।