-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
26-Jul-2025
(ସୁଦାମ ଦୀପ)
...ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁ କଲ୍ୟାଣ ମଣ୍ଡପ ଠାରେ ଉଠାଜଳସେଚନ ଅଂଚଲରେ ଫସଲ ବିବିଧକରଣ ଯୋଜନା ଅନ୍ତର୍ଗତ ଏଏଫସି ଇଣ୍ଡିଆ ସହାୟତାରେ କ୍ରେତା ବିକ୍ରେତା ସମ୍ମିଳନୀ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସୁବଲ ପଧାନ ଏଏଓ ଯୋଗଦାନ କରିଥିବାବେଳେ ନିହାରକାନ୍ତ ଭୋଇ ଉଦ୍ୟାନକୃଷି ବିଭାଗରୁ ଯୋଗଦାନ କରିଥିଲେ l ଅନ୍ୟତମ ଅତିଥି ଭାବରେ ମମତାରାନୀ ତ୍ରିପାଠୀ ଏଡିଓ, ଲୋଚନ ମାଝୀ ସିଡିଏଓ ବରଗଡ, ସୁପ୍ରିୟା ସାହୁ ସ୍କିମ ଅଫିସର ଯୋଗଦାନ କରି ପ୍ରକଳ୍ପ ବିଷୟରେ ଆଲୋଚନା କରି କ୍ରେତା ବିକ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉଦପାଦନ ରେ ବିକ୍ରି ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଶୀଲ ସେଠ୍, ଜ଼ିଲ୍ଲା ସଂଯୋଜକ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ l