-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡିଶାର ଲୋକଧାରା ଗବେଷଣା ପାଇଁ ଏକ ଉପାଦେୟ ପୁସ୍ତକ ହେବ କୋସଲି ଲୋକ ସାହିତ୍ୟ ବର୍ଗ ରେ ନିମାଇଁ ଚରଣ ପାଣିଗ୍ରାହୀ ଙ୍କ ଲିଖିତ ପୁସ୍ତକ

25-Jul-2025



ବଲାଙ୍ଗୀର(ପ୍ରେରଣା ଖବର): ଆଧୁନିକତାର  ପ୍ରଭାବରେ ହଜି ଯାଉଥିବା  ଆମ ଅଞ୍ଚଳର  ପ୍ରାଚୀନ କୀର୍ତ୍ତିରାଜି, ବିଭିନ୍ନ  ବ୍ୟବହୃତ ଜିନିଷ ସଂଗ୍ରହ କରି  କୋସଲି  ମ୍ୟୁଜିୟମ ପ୍ରତିଷ୍ଠା କରିଥିବା ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହଙ୍କ  ଲୋକ ସାହିତ୍ଯ ର ସଂଗ୍ରହ, ସଂପାଦନା ଓ ପ୍ରକାଶନ ଧାରାରେ କୋସଲି ଲୋକ ସାହିତ୍ୟ ବର୍ଗରେ ଲିଖିତ ପୁସ୍ତକ "ଛୁଆକର ଗିତ " ଲୋକାର୍ପିତ ହୋଇଯାଇଛି। ଆଜିଥିଲା  ଲୋକ ସଂସ୍କୃତି ଗବେଷକ, କବି, ପ୍ରାବନ୍ଧିକ, ଅନୁଵାଦକ, ମଞ୍ଚ ଅଭିନେତା,କୋସଲି  ମ୍ୟୁଜିୟମ  ପ୍ରତିଷ୍ଠାତା  ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସର ରେ ମୀନା ଟେଣ୍ଟ ହାଉସ ଠାରେ ଅନୁଷ୍ଠିତ  ପୁସ୍ତକ ଲୋକାର୍ପଣ ଓ  ସ୍ମୃତି ସଭାରେ  ସ୍ରୋତସ୍ବତୀ ପ୍ରକାଶନୀର ମୁଖ୍ୟ ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ମଧୁସୂଦନ ଦାଶ, କବି ସୁଶାନ୍ତ ବାଗ, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସୁବାଷ ଚିନ୍ତନ ସମ୍ପାଦକ ଲଷ୍ମୀ ନାରାୟଣ ପଟ୍ଟନାୟକ, କୋଶଳ ପ୍ରବାହ ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ପଶୁକବି ସୁଶୀଲ ମିଶ୍ର, କବି ହୃଷିକେଶ ପୁରୋହିତ, ନିହାରିକା ପାଣିଗ୍ରାହୀ,ରୁଚିମନ୍ତା  ନାଏକ, ସୁରେନ୍ଦ୍ର ଦାଶ,ପୁସ୍ତମ ଯୁଆଦି ପ୍ରମୁଖ ବିଶିଷ୍ଟ  ସାରସ୍ବତ ସାଧକ,  ସଂସ୍କୃତି ଗବେଷକ, ସଂଗ୍ରାହକ ନିମାଇଁଚରଣ ପାଣିଗ୍ରାହୀଙ୍କର   ସାହିତ୍ୟ ର ବିଭିନ୍ନ ଦିଗ, ସଂସ୍କୃତି ଗବେଷଣା ଓ ସମର୍ପିତ ଭାବ ର ଆଲୋଚନା କରି ଆଗାମୀ ପିଢୀ ସଚେତନ ଭାବରେ  ତାଙ୍କର ମ୍ୟୁଜିୟମକୁ ସଂରକ୍ଷଣ କରି ରଖି ପାରିଲେ, ପ୍ରସ୍ତାବିତ କୋଶଳେଶ୍ବରୀ ମନ୍ଦିର ତିଆରି କରାଯାଇ ପାରିଲେ ଓ ସଂଗୃହିତ  ବିଷୟର ପ୍ରକାଶନ ହେଲେ  ଆଗାମୀ ପାଇଁ ତାହା  ହେବ ଏକ ମହାର୍ଘ ସଂପଦ ବୋଲି ମତ ଦେଇ ଥିଲେ। ତାଙ୍କର ଗବେଷଣା ଓ ସଂଗ୍ରହ କାର୍ଯ୍ୟ ଏକ ବିଶ୍ୱବିଦ୍ୟାଳୟ ସ୍ତରର  ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।ସ୍ରୋତସ୍ବତୀ ପ୍ରକାଶନୀ ଦ୍ବାରା ପ୍ରକାଶିତ ଏହି ପୁସ୍ତକ "ଛୁଆକର ଗିତ " ଲୋକାର୍ପଣ ସମାରୋହ  ପ୍ରାରମ୍ଭରେ  ସ୍ବର୍ଗତ ପାଣିଗ୍ରାହୀଙ୍କ  ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ପୁସ୍ତକ "ଛୁଆକର ଗିତ "  କୁ  ଲୋକାର୍ପିତ  କରାଯାଇଥିଲା । ଲୋକାର୍ପଣ ଅବସରରେ  ସ୍ବର୍ଗତ  ନିମାଇଁଚରଣ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଲକ୍ଷଣୀ ପାଣିଗ୍ରାହୀ, ଚାରି ଝିଅ ସାଗରିକା, ନିହାରିକା, ଅନାମିକା,ସ୍ଵାଗତିକା  ମଞ୍ଚରେ ଉପସ୍ଥିତ ଥିଲେ।     ସଭାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ନିମାଇଁ ଙ୍କ ବଡଭାଇ କହ୍ନାଇ ଚରଣ ପାଣିଗ୍ରାହୀ, ରମାଇ ଚରଣ ପାଣିଗ୍ରାହୀ, ଧନମତ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ,   ସ୍ବାଗତ ମିଶ୍ର, ରାମରାଜ ପଣ୍ଡା,ଅନୁପମ ମିଶ୍ର, ଆଲୋକ ଦାଶ ପ୍ରମୁଖ। ସ୍ମୃତିଚାରଣ ସଭା ଓ ପ୍ରଥମ ବାର୍ଷିକ ଶ୍ରାଦ୍ଧରେ ପଶ୍ଚିମ ଓଡିଶାର  ବିଭିନ୍ନ ଅଞ୍ଚଳରୁ ବହୁ କବି ଲେଖକ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like