-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
25-Jul-2025
ପାଟଣାଗଡ଼: ବର୍ତମାନର ଚାଷୀର ଫସଲ ଅମଳର ଋତୁ । ଭଲ ଫସଲ ଅମଳ ପାଇଁ ଗାଁଗଣ୍ଡାରେ ଚାଷୀ ନିଜ ଜମିରେ ସାର ପ୍ରୟୋଗ କରିଥାଏ । ତେବେ ବର୍ଷା ଆସିଥିଲେ ସୁଦ୍ଧା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ବର୍ତମାନ ସାରର କୃତ୍ରିମ ଅଭାବ ଦେଖାଯାଇଛି । ସାର ବଜାରରେ ଏବେ ୟୁରୁିଆ ସାରର ଅଭାବ ରହିଥିବାରୁ ଚାଷ ଆଗେ ପାରୁ ନାହିଁ ଓ ଚାଷୀକୁଳ ବଡ ହଇରାଣ ହେଉଛନ୍ତି । ଚାଷୀ ନିଜ କ୍ଷେତରେ ସାର ପ୍ରୟୋଗ କରିବା ପାଇଁ ଚାହିଁଲେ ମଧ୍ୟ ବଜାରରେ ସାର ର କୃତ୍ରିମ ଅଭାବ ଯୋଗୁଁ ଶେଷରେ କ୍ଷତି ସହିବା ହିଁ ସାର ହେଉଛି ।
ଏପଟେ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଅଂଚଳର କିଛି ପଂଜିକୃତ ସାର ବ୍ୟବସାୟୀ ମାନଙ୍କୁ ଆଇଡି ମିିଳିନାହିଁ କି ମେସିନ୍ ମଧ୍ୟ ମିଳି ନାହିଁ, ଯାହା ଦ୍ୱାରା ସେମାନେ ସରକାରୀ ଧାଯ୍ୟ ମୂଲ୍ୟରେ ସାର କିଣିପାରୁ ନାହାନ୍ତିା । ସେମାନେ କିଛି ଖୁଚୁରା ଦୋକାନରୁ ସାର କିଣି ତାହାକୁ ଚାଷୀ ମାନଙ୍କୁ ବିକୁଛନ୍ତି । ଗୋଟିଏ ପଟେ ପାଟଣାଗଡ଼ ଅଂଚଳରେ ଏକାଧିକ ଅଣପଂଜିକୃତ ସାର ବ୍ୟବସାୟୀ ଙ୍କ ଯୋଗୁଁ ପଂଜିକୃତ ସାର ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ଚାଷୀ ମଧ୍ୟ ଶୋଷଣର ଶିକାର ହେଉଛି । ପାଟଣାଗଡ଼ ଉପଖଣ୍ଡ କୃଷି ଅଧିକାରୀ ମଧ୍ୟ ଏ ସଂପର୍କରେ କୌଣସି ସନ୍ତୋଷଜନକ ଉତର ଦେଇପାରି ନାହାନ୍ତି । ଆହୁରି ମଧ୍ୟ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ସାର ବ୍ୟବସାୟୀ ମାନଙ୍କୁ ୟୁରିଆ ସାଙ୍ଗରେ ଟେଗ୍ କରି ନାନୋ ଡିଏପି ଦିଆଯାଉଛି । ବ୍ୟବସାୟୀ ମାନେ ଅଧିକ ମୂଲ୍ୟ ଦେଇ ଅନିଛା ସତ୍ୱେ ଏହା ନେବାକୁ ବାଧ୍ୟ ହେଉଛନ୍ତି । ‘ୟୁରିଆ ସାରବାସ୍ତା ନେଲେ ନାନୋ ଡିଏପି ଫ୍ରି ‘ କୁ ସାରବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାଦ୍ୱାରା ଉଭୟ ଖୁଚୁରା ବ୍ୟବସାୟୀ ଓ ହୋଲ୍ସେଲର୍ କ୍ଷତିଗ୍ରସ୍ତ ହେଉଛନ୍ତି । ଏଠାରେ ପ୍ରଶ୍ନ ଉଠେ, ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମାନ୍ୟବର କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓଙ୍କ ନିର୍ବାଚନମଣ୍ଡଳୀରେ ଯଦି ଅମଳ ସମୟରେ ଚାଷୀ ଓ ଚାଷର ଏପରି ସଙ୍ଗୀନ ଅବସ୍ଥା, ତେବେ ଅନ୍ୟ ଜିଲ୍ଲା ମାନଙ୍କର ପରିସ୍ଥିତି କଣ ଥିବ, ତାହା ସହଜରେ ଅନୁମେୟ । ପାଟଣାଗଡ଼ ଉପଖଣ୍ଡରେ ସାରର ଅଭାବକୁ ରୋକିବା ଦିଗରେ ସଂପୃକ୍ତ ଅଧିକାରୀ ଦୃଷ୍ଟି ଦେଇ ଚାଷୀକୁ କିପରି ପର୍ଯ୍ୟାପ୍ତ ସାର ମିଳିପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।