-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା) : ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ। ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ମୃତ ମହିଳା ହେଲେ ପାଟଣାଗଡ ଡୁମେର ଉଦର ଗାଁର ଦୀପକ ହେହେରାଙ୍କ ସ୍ତ୍ରୀ ସୁଦେସ୍ନା ବେହେରା। ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା କରିଥିବା ଥାନାରେ ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।
ଏ ନେଇ ପାଟଣାଗଡ ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୦୧୯ ମସିହା ଏପ୍ରିଲ ୪ ତାରିଖରେ ବେଲପଡା ଥାନା ଜୋର ଗାଁର ସୁଦେସ୍ନାଙ୍କୁ ଡୁମେର ଉଦର ଗାଁର ଦୀପକ ବେହେରା ବିବାହ କରିଥିଲେ। ଯୌତୁକ ପାଇଁ ଦୀର୍ଘଦିନରୁ ସୁଦେସ୍ନାଙ୍କୁ ନିର୍ଯାତନା ଦେଇ ଆସୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି।