-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
18-Jul-2025
ତରଭା(କପିଳାସ ସେଠ) ତରଭା ବ୍ଲକ ଓ କଣ୍ଟାମାଳକୁ ସଂଯୋଗ କରୁ ଥିବା ତେଳ ନଦୀ ର ପୋଳ ନିକଟରେ କଣ୍ଟାମାଳ ନଦୀ ଘାଟ ରେ ଅଞ୍ଚଳ ମାଛ ଧରାଳି ମାନେ ମାଛ ମାରୁଥିଲେ I ଏହି ସମୟରେ ତାଙ୍କ ଜାଳ ରେ ବିରଳ ଦେଖାଯାଉ ଥିବା ୭୫କେଜି ୭୦୦ଗ୍ରାମ ର ବୁଦିଆ ମାଛ ପଡି
ଥିବାର ଜାଣିବାକୁ ପାଇଥିଲେ I ସେହି ମାଛ କୁଭୁରାଡ଼ ର ବୈଷ୍ଣବ ମହାଳିଙ୍ଗ, ଶୁଭମ ମହାଳିଙ୍ଗ, ଶମ୍ଭୁ ବେରିହା ସଂଗ୍ରହ କରି ଥିବାର ଜଣା ଯାଇଛି I ଏହି ମାଛ କୁ ଅଞ୍ଚଳ ବୁଦିଆ (କଣାବୋଧ )ବୋଲି ବେଶ ପରିଚିତ I ଏହିପରି ବିଭିନ୍ନ ସମୟରେ ମାଛ ମିଳୁ ଥିବାର ସୂଚନା ରହିଛି I ମାଛ ଧାରା ଯାଇଥିବାଫୋଟୋ ଓ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି I