-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||     

HOME   ଜିଲ୍ଲା

ମାଲକାନଗିରି: ଦାରୁ ଦେବତା ପୁସ୍ତକର ଅନାବରଣ ଉତ୍ସବ

13-Jul-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଉତ୍କଳ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ କବି କେଶବ ଚନ୍ଦ୍ର ନାୟକଙ୍କ ଭାବ ଭକ୍ତି ପୂର୍ଣ୍ଣ ଭଜନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି 
ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଏ ଈଶ୍ୱର ରାଓ, ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ମଞ୍ଚାସୀନ ଥିବା ବେଳେ ସଂପାଦକ ଅନନ୍ତ କିଶୋର ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ବିଧାୟକ ନରସିଂହ ମାଡକାମୀ କହିଲେ ଯେ ମଣିଷ ଜୀବନରେ ଭକ୍ତି ସଂଗୀତର ମୂଲ୍ୟବୋଧ ରହିଛି। ଆମେ ସାହିତ୍ୟକୁ ଛାଡି ବଞ୍ଚି ପାରିବା ନାହିଁ। ମାଲକାନଗିରି ମାଟିରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ କବି କେଶବ ଚନ୍ଦ୍ର ନାୟକଙ୍କ ଅବଦାନ ଅବିସ୍ମରଣୀୟ।ସେ କେବଳ ସାମ୍ବାଦିକ ଭାବେ ଆମ ଗହଣରେ ପରିଚିତ ନୁହଁନ୍ତି। ସେ ଏକା ଧାରରେ ଜଣେ ସୁବକ୍ତା, ସମାଜ ସେବୀ, ପ୍ରକୃତି ବନ୍ଧୁ,କବି, ଲେଖକ, ଗାଳ୍ପିକ ଓ ସ୍ତମ୍ଭକାର। ତାଙ୍କର ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ 
। ତାଙ୍କର ୮ ଗୋଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଛି। ଏଣୁ ଓଡ଼ିଆ ସାହିତ୍ୟ ର ଉତ୍ତରୋତ୍ତର ଉନ୍ନତି ପାଇଁ ସେ ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା ଦାରୁ ଦେବତା ପୁସ୍ତକର ସମୀକ୍ଷା କରିବା ସହିତ ଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। କବି କେଶବ ଚନ୍ଦ୍ର ନାୟକ ମାଲକାନଗିରି ଜିଲ୍ଲାରେ କିପରି ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ସମଗ୍ର ଜୀବନ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସିଛନ୍ତି 
ସେ ବର୍ଣ୍ଣନା କରିଥିଲେ। ମାତ୍ର ୧୦ ଦିନ ମଧ୍ୟରେ ୬୧ ଗୋଟି ଜଗନ୍ନାଥ ଭଜନ ଲେଖିବାରେ ସକ୍ଷମ ହୋଇଥିଲେ ସେ ମତବ୍ୟକ୍ତ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଗତ ବର୍ଷ ଗୁଣ୍ଡିଚା ଯାତ୍ରା ରେ "ଦାରୁ ବ୍ରହ୍ମ" ପୁସ୍ତକ ଟି ଲୋକାର୍ପିତ ହୋଇଥିଲା ବେଳେ ଆଜି ଦାରୁ ଦେବତା ପୁସ୍ତକଟି ଲୋକାର୍ପିତ ହୋଇ ପାରିଛି। ସବୁ ସେ ପ୍ରଭୁଙ୍କ ଲୀଳା ବୋଲି ପ୍ରକାଶ କରିଥିଲେ। କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ 
ଭାବ ଭକ୍ତି ପୂର୍ଣ୍ଣ  ଭଜନ ଓ କଣ୍ଠଶିଳ୍ପୀ ଶ୍ରୀମତୀ ବନଜା ମିଶ୍ରଙ୍କ ସଂଗୀତକୁ ଶ୍ରୋତାମାନଙ୍କୁ ଶ୍ରବଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଦ୍ୟାଳୟ ସଭାପତି ବିଜୟ ବିଶ୍ବାସ, ବର୍ତ୍ତମାନର ବିଦ୍ୟାଳୟ ସଭାପତି ଗୋବିନ୍ଦ ବିଶ୍ବାସ, ଶିକ୍ଷକ ଗୋଦାବରୀଶ ଦାସ, ପ୍ରମୋଦ କୁମାର ମିଶ୍ର, ସନ୍ତୋଷ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ସଂପାଦକ ଅନନ୍ତ କିଶୋର ନନ୍ଦ ସୁନ୍ଦର ମଞ୍ଚ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026

You Might Also Like