-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
12-Jul-2025
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ରାତି ପ୍ରାୟ ୯ଘଣ୍ଟା ସମୟରେ ବିନିକା-ସୋନପୁର ମୁଖ୍ୟ ରାସ୍ତାର ବିନିକା ନିକଟ ଗଣ୍ଡା ମେହେର ପୋଳ ନିକଟରେ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ପୁଅ ମୃତ ହୋଇଥିବା ବେଳେ ବାପ ଝିଅ ଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଘଟିଛି |ମୃତକ ହେଳେ ବିନିକା ସହର ନୂଆପଡାର ଘୁଂଡୁଗୋପାଳ ମେହେର (35), ଆହତ ହେଳେ ତାଙ୍କ ବାପା ବିଦ୍ୟା ମେହେର (66) ଏବଂ ଭଉଣୀ ଯଶୋବନ୍ତି ମେହେର (20) |ସୂଚନା ଅନୁସାରେ ଉଭୟ ୩ ଜଣ ଏକ ବାଇକ ଯୋଗେ ସାଗରପାଲି ତାଙ୍କର ସମ୍ପର୍କୀୟ ଘରକୁ ଯାଇଥିଲେ |ସେଠାରୁ ଫେରୁଥିବା ସମୟରେ ରାତ୍ର ପ୍ରାୟ 8.30 ସମୟରେ ଗଣ୍ଡାମେହେର ପୋଲ ନିକଟରେ ବିନିକା ପଟରୁ ଯାଉଥିବା ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଘୁଂଡୁଗୋପାଳ ଉପରକୁ ଟ୍ରକଟି ଚଢି ଯାଇଥିଲା |ଟ୍ରକ ଦୁର୍ଘଟଣା ଘଟାଇ ଫେରାର ମାରିଛି |ଘଟଣା ସ୍ଥଳରେ ହଁ ଘୁଂଡୁଗୋପାଳ ଙ୍କ ମୃତ୍ୟୁ ଘଟିଛି | ବିଦ୍ୟା ଏବଂ ଯଶୋବନ୍ତିଙ୍କୁ ବିନିକା ଡାକ୍ତରଖାନା କୁ ଆଣି ଚିକିତ୍ସା କରାଯାଉଛି | ବିନିକା ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଛି | ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ |ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଟ୍ରକକୁ ପୁଲିସ ଖୋଜାଖୋଜି କରୁଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରକାଶ କରିଛନ୍ତି |ମୃତକଙ୍କ ୨ ସନ୍ତାନ ରହିଥିବା ବେଳେ ପ୍ରଶାସନ ଆବଶ୍ୟକ କ୍ଷତି ପୂରଣ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି |