-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||     

HOME   ଜିଲ୍ଲା

ଜେଟି(୩୬)ରେ ରେଲୱେ ଓଭର ବ୍ରିଜ ନିର୍ମାଣ ପାଇଁ ଡି ଆର ଏମ ଙ୍କୁ ସାଂସଦ ଙ୍କ ପ୍ରସ୍ତାବ ପତ୍ର ପ୍ରଦାନ

08-Jul-2025



ଅତାବିରା(ଆକାଶ ମିଶ୍ର): ଏକକ ରେଳ ଲାଇନରୁ ଡବଲ ଲାଇନ୍ ହେଲା । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି,ପ୍ରସ୍ତାବ ପରେ ପ୍ରସ୍ତାବ ଦିଆଚାଲିଛି  ଓଭର ବ୍ରିଜ ନିର୍ମାଣ ପାଇଁ। ହେଲେ ସବୁ କିଛି ରେଳ ବିଭାଗ ପାଇଁ ଯେପରି ମୂଲ୍ୟହୀନ ମନେ ହୁଏ  । ଦେଶର ବିକାଶ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ  ରେଳ ବିଭାଗ ର ସ୍ଥାନ ରହିଆସୁଥିବା ବେଳେ  ଏ  ଦିଗରେ ରେଳ ବିଭାଗ ର ନିଷ୍କ୍ରିୟତା ଓ ନିରବତା  ଅଞ୍ଚଳ ବାସୀଙ୍କ ପାଇଁ  ଚିନ୍ତାର କାରଣ ହୋଇଛି । ପ୍ରକାଶ ଥାଉ କି ଅତାବିରା-ପାହାର ଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପଡୁଥିବା ରେଲୱେ ଗେଟ ଜେଟି(୩୬) ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ଦୀର୍ଘ ବର୍ଷ ଧରି ରହିଆସିଛି , ଯେତେବେଳେ ଏକକ ରେଳ ଲାଇନ ଥିଲା ।ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଯାତାୟତ ବଢ଼ିଛି ଏହି ରାସ୍ତାରେ । ରେଳ ଲାଇନ ର ମଧ୍ୟ ସମ୍ପ୍ରସାରଣ ହୋଇ ଡବଲ ଲାଇନ୍ ହୋଇଛି । ଏହି ଲାଇନ୍ ପାରି ହୋଇ ଯିବାପାଇଁ  ଲୋକଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡୁଛି, ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ପହଞ୍ଚି ବାରେ ବିଳମ୍ବ ହେଉଛି । ଅନେକ ସମସ୍ୟା ଲୋକଙ୍କ ପାଇଁ ସୃଷ୍ଟି ହେଉଛି।ଏହାକୁ ଦୃଷ୍ଟିରେ ରଖି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲିଖିତ ଭାବେ ଦେଇଥିବା ପ୍ରସ୍ତାବ ପତ୍ରକୁ ଅଞ୍ଚଳବାସୀ ସମ୍ବଲପୁର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ରବୀନ୍ଦ୍ର ନାୟକ, ମିଳନ ସେଟ, କୁଶ କୁମ୍ଭାର, ରାଜେଶ୍ୱନି ନାଏକ,ଜନକ ରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ତୁରନ୍ତ ସର୍ଭେ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସମ୍ବଲପୁର ଡି,ଆର,ଏମ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।ଏହା ସହିତ ଅତାବିରା ରେଲୱେ ଷ୍ଟେସନରେ ଭୁବନେଶ୍ୱର-ସୋନପୁର  ଇଣ୍ଟରସିଟି ରହଣୀ ପାଇଁ ଦାବି ଉପସ୍ଥାପନ କରିଥିଲେ।ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେଲା  ଜେଟି( ୩୬) ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଛି।ଯାହା ଫଳରେ ଅଞ୍ଚଳବାସୀ ଓ ବିଜେପି ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଅତାବିରା ରେଲୱେ ଷ୍ଟେସନକୁ ଗସ୍ତ କରିଥିବା ସମ୍ବଲପୁର ଡି ଆର ଏମ ଙ୍କ ଏକ ଟିମ  ଓଭର ବ୍ରିଜ ନିର୍ମାଣର ସ୍ଥାନ ନିରୀକ୍ଷଣ କରି ନିର୍ମାଣ ହେବାର ଏକ ପ୍ରତିଶ୍ରୁତି ଦେଇଥିଲେ।ହେଲେ ପଦକ୍ଷେପ ନେବାରେ ବିଳମ୍ବ ହେବାରୁ  ବର୍ତ୍ତମାନର ନିର୍ବାଚିତ ବିଧାୟକ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଓ ସାଂସଦଙ୍କ ଟୋପ ତଥା କାଠଡେରା ରଥଯାତ୍ରା ଗସ୍ତ ସମୟରେ ରେଲୱେ ଗେଟ ପାଖରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମୟରେ  ଏହି ଓଭର ବ୍ରିଜ ନିର୍ମାଣ ଦାବିକୁ ଅଞ୍ଚଳବାସୀ ଉପସ୍ଥାପନ କରିଥିଲେ।ଏପରିକି ଜେଟି(୩୬)ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବାର ଭିତ୍ତିଭୂମି ରହିଛି ବୋଲି ପ୍ରତିଟି ସ୍ତରରେ ଚର୍ଚ୍ଚା ହେଉଛି।ଏହା ବ୍ୟତୀତ ଏହି ସ୍ଥାନରେ ଅନ୍ୟ ବିକଳ୍ପ ପନ୍ଥାରେ (ଅଣ୍ଡରପାସ)ରେ ଅଞ୍ଚଳବାସୀ ବେଶ ଉପକୃତ ହୋଇପାରିବେ ନାହିଁ ବୋଲି ନିର୍ଭରଶୀଳ ଯାତ୍ରୀମାନେ ପ୍ରକାଶ କରୁଛନ୍ତି।ଅଣ୍ଡର ପାସ ବ୍ରିଜ ହେଲେ ଯାତ୍ରୀ ଯାତାୟାତରେ ଅଧିକ ହଇରାଣ ହେବା ସହ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ବ୍ୟତୀତ ଏହା ନିମ୍ନ ଭୂମି ହେତୁ ପାଣି ଜମିରହିବାର ମଧ୍ୟ ସମ୍ଭାବନା ରହିଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ରାସ୍ତାର ଅତାବିରା ଯେଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଠିକ ସେହିପରି ପାହାଡ଼ଶ୍ରୀଗିଡା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।ଉଭୟ ସ୍ଥାନରେ ବ୍ୟାଙ୍କ, ସ୍କୁଲ,କଲେଜ, ଡାକ୍ତରଖାନା ,ଥାନା, ସାପ୍ତାହିକ ବଜାର ରହିଛି।ଏହାସହିତ ଏହି ରାସ୍ତା ଦେଇ ହୀରାକୁଦ ଜଳଭଣ୍ଡାର ଭଳି ପର୍ଯ୍ୟଟନ ସ୍ଥଳୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପୀଠ ସ୍ଥଳୀ କୁ ଯିବା ଆସିବା କରିଥାନ୍ତି।ପୁଣି ଏହି ରାସ୍ତାଟି ସ୍ୱାଧୀନତା ସଂଗ୍ରାମୀ ଜନାର୍ଦ୍ଦନ ସିଂଙ୍କ ମାର୍ଗ ନାମରେ ନାମିତ ହୋଇଛି।ଯାହାଫଳରେ ଏହି ରାସ୍ତାରେ ଛାତ୍ରଛାତ୍ରୀ,କର୍ମଚାରୀ,ଚାଷୀ, ବ୍ୟବସାୟୀଙ୍କ ଯାତାୟାତର ଭିଡ଼।ପୁଣି ଏହି ରାସ୍ତାରେ ଅନେକ ଗୁଡିଏ ଧାନ ମଣ୍ଡି ରହିଛି ଓ ସରକାରଙ୍କ ପକ୍ଷରୁ ସିଂହପାଲିକୁ ଏକ କ୍ରାଫ୍ଟ ଭିଲେଜର ମାନ୍ୟତା ପ୍ରଦାନ କରାଯାଇ ପର୍ଯ୍ୟଟକ ଓ ପ୍ରଶିକ୍ଷଣ ତାଲିମ ବ୍ୟବସ୍ଥା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାର ପ୍ରସ୍ତାବ ରହିଛି।ଏଣୁ ଏହି ରାସ୍ତା ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ଯାନବାହନ ମଧ୍ୟ ଚଳାଚଳ ହେଉଛି।ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରେଲୱେ ଓଭର ବ୍ରିଜ ନିର୍ମାଣ ହେବାର  ଦାବିକୁ ଗୁରୁତ୍ୱ ଦେବା ପାଇଁ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ରେଲୱେ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।  ତେବେ ଦେଖାଯାଉ ସାଂସଦ ଙ୍କ ପ୍ରସ୍ତାବ କୁ ରେଳ ବିଭାଗ ମୋହର ଲଗାଉଛି ନା ପୁଣି ତାର ମନଇଚ୍ଛା କାମ କରି ରାଜକୋଷ ର  ମାତ୍ରାଧିକ ଟଙ୍କାର ଖର୍ଚ୍ଚ  ତାଲିକା ପ୍ରସ୍ତୁତି କରୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026

You Might Also Like