-+91-9937148622 |

prerana_bgr@rediffmail.com |

  Tuesday 4th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ    (04-Aug-2026)       ||      ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   (03-Aug-2026)       ||      ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   (03-Aug-2026)       ||      ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   (03-Aug-2026)       ||      ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||     

HOME   ଜିଲ୍ଲା

ବିନିକା ସହର ରେ ରଥ ଟଣା ଘଟଣା ରେ ନାବାଳକ ପିଙ୍କୁ ମେହେର ମୃତ*- - *ଦାୟିତ୍ବ ରେ ଥିବା ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ପ୍ରାକ୍ତନ ବିଧାୟକ*-

07-Jul-2025



ସୁବର୍ଣ୍ଣପୁର /ବିନିକା(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ବାହୁଡା଼ଯାତ୍ରା  ରଥ ଟଣା ବେଳେ  ଗତକାଲି ଠେଲାପେଲାରେ ଜଣେ ନାବାଳକ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଥିଲେ । ଗୁରୁତର ପୀଙ୍କୁ ମେହେର (୧୨)ଙ୍କ ରାତିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ବିନିକା ସହରର କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ରଥ ଟଣା ଚାଲିଥିଲା ସମୟରେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ ବାଳକ ଶୁଭମ ଦାସ (୯) ଆଦର୍ଶ ଦାସ (୯) ଓ ପ୍ରତ୍ୟୁଷ ମାହାଣା (୧୧) ଏବଂ ନୂଆପଡାର ଜଣେ ନାବାଳକ ପିଙ୍କୁ ମେହେର (୧୨) ବର୍ଷ ରଥ ପାଖରେ ଠେଲା ପେଲାରେ ରଥ ଧକ୍କାରେ ତଳେ ଚାପିହୋଇ ଯାଇଥିଲେ I ଯାହା ଫଳରେ ନାବାଳକ ପିଙ୍କୁ ମେହେର (୧୨) ବର୍ଷ ଗୁରୁତର ହେବାରୁ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ତାକୁ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ଙ୍କୁ  ପ୍ରାଥମିକ ଚିକିତ୍ସା  କରାଯାଇ ଘରକୁ ଛାଡ଼ି ଦିଆଯାଇଥିଲ l କିନ୍ତୁ ପିଙ୍କୁ ମେହେର ଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ରେଢାଖୋଲ ନିକଟରେ ରାତି ୧ ଟା ବେଳେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏ ଖବର ପାଇବା ପରେ ବିନିକା ସହର ତଥା ମୃତ ବାଳକ ର ସ୍ଥାୟୀ ଗାଁ ବରଗଡ଼ ଅଞ୍ଚଳ ରେ ଶୋକ ଖେଳି ଯାଇଛି l ଓ ଲୋକେ ଏଥି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଓ ପୋଲିସ ପ୍ରଶାସନ କୁ ହିଁ ଦାୟୀ କରିଛନ୍ତି l ସୂଚନାଯୋଗ୍ୟ ଯେ ରଥଟଣା ସମୟରେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ଜନସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା।  ଏନେଇ ତହସିଲଦାର ରସ୍ନା ଭୋଇଙ୍କୁ ପଚରାଯିବାରୁ କହିଥିଲେ ଅତିରିକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇ  ନପାରିବାରୁ ଶେଷ ମୂହୁର୍ତ୍ତ ରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ଵ ଦିଆଯାଇଥିଲା ।   ପ୍ରଶାସନ, ପୋଲିସ, ରଥ ଯାତ୍ରା କମିଟି, ଓ  ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମନ୍ଵୟ ର ଅଭାବ ଯୋଗୁଁ ଓ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟି ଥିବା ଓ ଜଣେ ଗରିବ ନିରୀହ ପିଲା ର ମୃତ୍ୟୁ ବରଣ କରିଥିବା ଘଟଣା ଦୁଃଖ ଓ ପରିତାପ ର ବିଷୟ ଅଟେ l କାରଣ ବଡ ଦାଣ୍ଡ ରେ ଲୋକେ ରାସ୍ତା ଉପରେ ଜବର ଦଖଲ କରି ଘର ଓ ଦୋକାନ ଗୁଡିକ ନିର୍ମାଣ କରିଥିବା ରୁ ସ୍ଥାନୀୟ ପ୍ରଶାସନ ଓ ଏନ୍ ଏ ସି  ଏଥି ପ୍ରତି ଦୃଷ୍ଟି ନ ଦେଇ ନୀରବ ଦ୍ରଷ୍ଟା ସାଜିଛି l ଆଉ ରାସ୍ତା ଉପରେ ରାସ୍ତା ଡ୍ରେନ ଉପରେ ଡ୍ରେନ ନିର୍ମାଣ କେବଳ ଠିକା କାମ ରେ ନିଜ ସ୍ବାର୍ଥ ରେ  ଏନ୍ ଏ ସି ର ଜନ ପ୍ରତିନିଧି ମାନେ ବ୍ୟସ୍ତ  ରହୁ ଥିବା , ଦିନ କୁ ଦିନ ବଡ ଦାଣ୍ଡ ରାସ୍ତା ସଂକୀର୍ଣ୍ଣ ହେଉଥିବା ବୁଦ୍ଧିଜୀବି ପ୍ରକାଶ କରିଛନ୍ତି l ଗତ ବର୍ଷ ରଥ ଯାତ୍ରା ରେ ମଧ୍ୟ  ବିନିକା ରେ ଏହି ବଡ ଦାଣ୍ଡ ରେ ରଥ ଟଣା ବେଳେ ଜଣେ ନାବାଳକ ଶ୍ରୀମାନ ମେହେର ଓ ଜଣେ ପୋଲିସ ଅଫିସର ଡ୍ରେନ ରେ ପଡି ଗୋଡ ଭାଙ୍ଗି ଯାଇଥିବା ନଜିର ରହିଛି l ତଥାପି ସ୍ଥାନୀୟ ପ୍ରଶାସନ କିମ୍ବା ଜନ ପ୍ରତିନିଧି ମାନେ ବଡ ଦାଣ୍ଡ ଜବର ଦଖଲ ଉଚ୍ଛେଦ ସହ ଏହାର ସ୍ତାୟୀ ସମାଧାନ ପାଇଁ ତପ୍ତର ହୋଇନି l ବାରମ୍ବାର ଲୋକ ଙ୍କ ଧନ ଜୀବନ ହାନି ହେବା ସତ୍ତ୍ୱେ ବି ସହର ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ ବୋଧେ ପ୍ରଶାସନ କିମ୍ୱା ରାଜ ନେତା ଙ୍କ ଉପରେ ଚାପ ପକାଉ ନାହାନ୍ତି l ନିଜ ଦୋଷ ଦୁର୍ବଳତା ଲୁଚାଇବା ସହ ପବ୍ଲିକ ଉତ୍ତେଜନା ର ସମ୍ବୁଖିନ ହେବା ଭୟରେ ମୃତ ବାଳକ ର ଶବ ବ୍ୟବଚ୍ଛେଦ ବିନିକା ମେଡିକାଲ୍ ବଦଳ ରେ ବରଗଡ଼ ଜିଲ୍ଲା ରେ କରିଥିବା ଅଭିଯୋଗ ହୋଇଛି l ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ପରିଚାଳନା ରେ ତ୍ରୁଟି କରିଥିବା ଦାୟିତ୍ଵ ରେ ଥିବା ପ୍ରଶାସନ ଅଧିକାରୀ ଓ ପୋଲିସ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନିକା ପ୍ରାକ୍ତନ ବିଧାୟକ ପଞ୍ଚାନନ ମିଶ୍ର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଦାବୀ କରିଛନ୍ତି l ଏ ପଟେ ଆଜି ମୃତ ବାଳକ ର ଗରିବ ପରିବାର କୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ୨୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରିବାକୁ ବିନିକା ଏନ୍ ଏ ସି ପରିଷଦ  ପକ୍ଷରୁ ଓ ସହର ର ଅନେକ ସଂଗଠନ ଓ ବୁଦ୍ଧିଜୀବି ପକ୍ଷରୁ ତହସିଲଦାର ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଓ ଏକ ଲକ୍ଷ ଟଙ୍କା ବିଜ୍ଞାପିତ ପରିଷଦ ନିଜସ୍ଵ ପାଣ୍ଠି ରୁ ସହାୟତା ଯୋଗାଇବା କୁ ଜରୁରୀ ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇ ଥିବା ଖବର ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ   04-Aug-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   03-Aug-2026
  ଜିଲ୍ଲା  
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   03-Aug-2026
  ଜିଲ୍ଲା  
ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   03-Aug-2026
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026

You Might Also Like