-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
06-Jul-2025
ବଲାଂଗୀର(ପ୍ରେରଣା ଖବର): କବି, ସୁଲେଖକ ନାଟ୍ୟକାର ଡ ସଞ୍ଜୟ କୁମାର ମିଶ୍ରଙ୍କ ଦୁଇଟି ଏକାଙ୍କିକା ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।
ସ୍ଥାନୀୟ ମହଲଷ୍ମୀ ନଗର ଠାରେ ସ୍ରୋତସ୍ୱତୀ ପ୍ରକାଶନୀ ତରଫରୁ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା ଗାୟତ୍ରୀ ସରାଫ। ମୁଖ୍ୟ ବକ୍ତା ଭାବରେ ସୁଲେଖକ ଲୋହିତାକ୍ଷ ଯୋଶୀ, ଅନ୍ୟତମ ଅତିଥି ଭାବରେ ଯୋଗ
ଦେଇଥିଲେ କବି ପୁସ୍ତମ ଜୁଆଡି ଓ ସଚ୍ଚିଦାନନ୍ଦ ପ୍ରଧାନ । ପୁସ୍ତକର ପ୍ରକାଶକ ସ୍ରୋତସ୍ୱତୀ ପ୍ରକାଶନୀର ମୁଖ୍ୟ ଅଧ୍ୟାପକ
ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ । ଏକାଙ୍କିକାକାର ଡ ସଞ୍ଜୟ ନିଜସ୍ୱ ବକ୍ତବ୍ୟରେ ସମାଜ, ସମ୍ପର୍କ ଓ ଜୀବନରଧାରାକୁ ନେଇ ମୋର ଲେଖା ବୋଲି କହିବା ସହ ଏହା ଆତ୍ମାର ଡାକ ବୋଲି ମତ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସରାଫ ଲେଖକଙ୍କୁ ଅଭିନନ୍ଦନ ଜଣାଇବାସହ ଦୁଇଟି ଏକାଙ୍କିକାର ବହୁଳ ପାଠାକୀୟତା କାମନା କରିଥିଲେ ।