-+91-9937148622 |

prerana_bgr@rediffmail.com |

  Tuesday 4th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||      *ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   (04-Aug-2026)       ||      *ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   (04-Aug-2026)       ||      ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ    (04-Aug-2026)       ||      ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   (03-Aug-2026)       ||      ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   (03-Aug-2026)       ||      ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   (03-Aug-2026)       ||      ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||     

HOME   ଜିଲ୍ଲା

ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ର: ଭାଗବତ ଓଡ଼ିଆ ଜାତିର ଜୀବନ ବେଦ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସମାଜର ମୂଳ ଆଧାର ହେଉଛି ଜଗନ୍ନାଥ ଦାସଙ୍କ ଭାଗବତ

06-Jul-2025



ଭୁବନେଶ୍ୱର; ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହେଉଛି ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ସଂସ୍କୃତ ଭାଷାର ଅନୁସୃଜନ ହୋଇଥିଲେ ସୁଦ୍ଧା ଏହା ମୂଳ ଭାଗବତଠାରୁ  ଅଧିକ ଲୋକପ୍ରିୟ । ଭାଗବତ ଓଡ଼ିଆ ଜାତିର ଜୀବନ ବେଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଅନବଦ୍ୟ କୃତି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସମାଜର ମୂଳ ଆଧାର । ଜୀବନ, ମୃତ୍ୟୁ, ମୋକ୍ଷ, ମୁକ୍ତି, ବିଚାର, ଦ୍ୱନ୍ଦ୍ୱ, ଚଳଣି, ପରମ୍ପରା ଓ ସଂସ୍କୃତି ସମ୍ବନ୍ଧିତ ନାନାବିଧ ପ୍ରଶ୍ନର ସହଜ ଉତ୍ତର ଦେଇଥାଏ ଭାଗବତ । ଭାଗବତ ପଠନ ଓ ଭାଗବତ ଟୁଙ୍ଗୀ ପରମ୍ପରା ଓଡ଼ିଆ ସଂସ୍କୃତିକୁ ଦେଇଛି ଭିନ୍ନ ପରିଚୟ । 
ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ

ଆନୁକୂଲ୍ୟରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ କରିଛନ୍ତି ଅତିଥି ଏବଂ ଆଲୋଚକ ବୃନ୍ଦ । ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଏହାକୁ ଉଦ୍ଘାଟନ କରିବା ପୂର୍ବକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏବଂ ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ। ସେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବହୁବିଧ କୃତି ଏବଂ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ । ସେ କହିଥିଲେ ଓଡ଼ିଆ ଜନଜୀବନ ଏବଂ ଭାଗବତ ଓତପ୍ରୋତ ଭାବେ ଜଡ଼ିତ। ମଣିଷ ମନର ସବୁ ପ୍ରକାର ପ୍ରଶ୍ନର ଉତ୍ତର ତହିଁରେ ଭରି ରହିଛି । ଏଥିସହିତ ସେ ଭାଗବତର କେତେକ ଧାଡିର ଲୋକପ୍ରିୟତା ଏବଂ ବହୁଳ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସମାଲୋଚକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା । ସେ ପଞ୍ଚସଖା ଯୁଗର ସାହିତ୍ୟର ବୈଶିଷ୍ଟ୍ୟ, ଓଡ଼ିଆ ଭାଗବତର ମୌଳିକତା ଓ ପ୍ରଭାବ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗର ବର୍ଣ୍ଣନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଂଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । 
ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଭାଗବତ ଓ ଓଡ଼ିଆ ଜୀବନ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଡକ୍ଟର ଜୟନ୍ତୀ ରଥ ଓଡ଼ିଆ ସାହିତ୍ୟରେ ଭାଗବତର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଡକ୍ଟର ଶାନ୍ତନୁ କୁମାର ରଥ ଉତ୍କଳୀୟ ଜନତାଙ୍କ ଜୀବନ ବେଦ-ଓଡ଼ିଆ ଭାଗବତ ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାମୁଖ୍ୟ ଡକ୍ଟର ମିଶ୍ର ଓଡ଼ିଆ ଭାଗବତର ସମ୍ପୂର୍ଣ୍ଣ ରୂପେ ଅଧ୍ୟୟନ କରିବା ପୂର୍ବରୁ ସଂପୃକ୍ତ ପ୍ରକରଣ ଗୁଡ଼ିକର ଶିକ୍ଷା ଲାଭ କରିବା ଉଚିତ ବୋଲି କହିଥିଲେ। ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ସେ କହିଥିଲେ ସେ ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ସଂସ୍କୃତ ଭାଗବତର ବିସ୍ମୟକର ଅନୁସୃଜନ । ଏହା ମୂଳ ଭାଗବତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ଆଲୋଚକ ଡକ୍ଟର କଳ୍ପତରୁ ନାୟକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଭାଷା ତତ୍ତ୍ୱ ବିଷୟରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଶିଷ୍ଟ

ଗବେଷକ ପୀତବାସ ରାଉତରାୟ କହିଥିଲେ ଯେ ଭାଗବତ ଓଡ଼ିଶାର ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରିଛି। ଏହା  ସର୍ବଜନାଦୃତ ଏବଂ ସବୁଠୁ ଅଧିକ ବିକ୍ରି ହେଉଥିବା ଅମୂଲ୍ୟ କୃତି। ଡକ୍ଟର ସଂଗ୍ରାମ ଜେନା କହିଥିଲେ ଯେ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଜନ ଜୀବନର ଆଧ୍ୟାତ୍ମିକ ଓ ସାମାଜିକ ନୀତି ଆଦର୍ଶ ତଥା ଜାତୀୟ ଚରିତ୍ରର ନିର୍ମାତା। ଆଲୋଚନାଚକ୍ରରେ ବହୁ ସାହିତ୍ୟିକ, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆସନ୍ତାକାଲି ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ହେବାକୁ ଥିବା ଦୁଇଟି ଅଧିବେଶନରେ ଗବେଷକମାନେ ଯୋଗଦେଇ ଜଗନ୍ନାଥ ଦାସଙ୍କ କୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   04-Aug-2026
  ଜିଲ୍ଲା  
*ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   04-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   04-Aug-2026
  ଜିଲ୍ଲା  
ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ   04-Aug-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   03-Aug-2026
  ଜିଲ୍ଲା  
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   03-Aug-2026
  ଜିଲ୍ଲା  
ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   03-Aug-2026
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026

You Might Also Like