-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ତରଭାପୁଲିସ ଦ୍ବାରା ଏକକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

04-Jul-2025



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ କିଛି ବର୍ଷ ହେଲା ସୋନପୁର ବାଟଦେଇ ବୌଦ୍ଧ ଓ କନ୍ଧମାଳରୁ ମଧ୍ୟପ୍ରଦେଶ , ବିହାର , ଝାଡ଼ଖଣ୍ଡ,  ଛତିଶଗଡ,  ପଶ୍ଚିମବଙ୍ଗ ଓ ଅନ୍ଯାନ୍ଯ ରାଜ୍ୟକୁ ନିୟମିତ ଭାବରେ ଆନ୍ଅଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଅବ୍ୟାହତ ରହିଛି । ଏହାକୁ ନେଇ ନରହତ୍ୟା ଓ ପୁଲିସ୍ ର ସମ୍ପୃକ୍ତି ଭଳି ଅତୀତରେ ଗୁରୁତର ଅପରାଧ ସଂଘଟିତ ହୋଇଛି ।  ଗତବର୍ଷ ବଲାଙ୍ଗୀର ରେଳଷ୍ଟେସନ୍ ଅଞ୍ଚଳର ଏକ ଲଜ୍ ରେ ସୋନପୁରର ଜଣେ ପୁଲିସ କନେଷ୍ଟବଳଙ୍କୁ ଶୌଚାଳୟ ଭିତରେ ମୁହଁରେ ଟେପ୍ ଲଗାଇ

ଗୋଡହାତ ବାନ୍ଧି ହତ୍ୟାକାଣ୍ଡ,ପୁଇଁତଳା ଥାନାନ୍ତର୍ଗତ ବୁବେଲ୍ ନିକଟରେ ବୌଦ୍ଧ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ହତ୍ୟା , ବଲାଙ୍ଗୀରରେ ରାଜ୍ୟ ବାହାରର ଜଣେ ଯୁବକ ଓ ଯୁବତୀଙ୍କୁ ବାହାର ରାଜ୍ୟର ଅପରାଧୀମାନେ ଆସି ଗଳାକାଟି ହତ୍ୟାକାଣ୍ଡ ଓ ଏହାପୂର୍ବରୁ ପୂର୍ବତନ ସୁବର୍ଣ୍ଣପୁର ଏସ୍ ପିଙ୍କ ଅର୍ଡର୍ଲି ଥିବା ଜଣେ ଗୃହରକ୍ଷୀଙ୍କ ଉତ୍ପାତ , ଜଣେ ମହିଳାପୁଲିସଙ୍କର ସ୍କୁଟି ଜବତ ଓ ତା' ପୂର୍ବରୁ ତରଭା ଥାନାର ଜଣେ ଗୃହରକ୍ଷୀ ଧରାପଡିବା ଓ କିଛିବର୍ଷ ପୂର୍ବରୁ ତରଭା ଥାନାର ଜଣେ ପୂର୍ବତନ ଥାନାଧିକାରୀଙ୍କ ସମ୍ପୃକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଘଟଣାମାନ ଘଟିସାରିଛି ।  ଗୁରୁତର ବିଷୟ ଯେ , ଲଗାତାର ଭାବେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣରେ ଆସାମୀଙ୍କୁ ଛାଡିଦିଆଯିବା ଓ ସେଭଳି ମାମଲାର ଅଭିଯୁକ୍ତଙ୍କୁ ଅଦାଲତରେ ସାକ୍ଷୀ କରାଯିବା ଇତ୍ୟାଦି ଅଭିଯୋଗ ରହିଆସିଛି । ପ୍ରାୟ ପ୍ରତିମାସରେ ସୋନପୁର ଦେଇ ଟ୍ରକ୍ ଓ ଯାନବାହନରେ ଗଞ୍ଜେଇ ଚୋରାଚାଲାଣ ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଛି । ଆହୁରି ବି ଏହାର ଧରପଗଡ ଦାୟିତ୍ବରେ ରହୁଥିବା ପୁଲିସ ବା ଅବକାରୀ ସ୍କ୍ୱାର୍ଡ ବିରୁଦ୍ଧରେ ବିଭିନ୍ନ ସମୟରେ ବହୁକଥା ଉଠିଛି । ତେବେ ଏବେ ଜିଲ୍ଲାରେ ନୂତନ ଯୁବ ଏସ୍ ପି ଶ୍ରୀ ନାରାୟଣ ନାଏକ ଯୋଗଦେବା ପରେ ତାଙ୍କ ବିଚକ୍ଷଣ ନେତୃତ୍ବରେ ଏହି ଧରପଗଡକୁ ଯୋରଦାର କରାଯାଇଛି । ଫଳରେ ଗତ ୧ ତାରିଖରେ ତଳେ ତାଙ୍କ ସୂଚନାକ୍ରମେ ତରଭା ପୁଲିସ ବୌଦ୍ଧ କଣ୍ଟାମାଳ ପଟୁ ଦ୍ରୁତଗତିରେ ଆସୁଥିବା ଏକ ନମ୍ବରବିହୀନ ପିକଅପ୍ ଭ୍ୟାନ୍ କୁ ବିପଦପୂର୍ଣ୍ଣ ଭାବେ ଗୋଡାଇ ଧରିଥିଲେ । ସେଥିରେ ୨୫ ଟି ବସ୍ତାରେ ଥିବା   ୬ କ୍ବିଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଯାହାର ମୂଲ୍ଯ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ଏହାର ଚାଲାଣକାରୀମାନେ ମୌକାର ଫାଇଦା ନେଇ ଫେରାର ହେବାରେ ସଫଳ ହୋଇଛନ୍ତି । ସେମାନଙ୍କୁ

ଧରାଯିବାକୁ ପୁଲିସ ତନାଘନା ତଦନ୍ତ ଚଳାଇଛି । ଏହାର କିଛିଦିନ ପୂର୍ବରୁ ସୋନପୁର ବୁଢ଼ାରଜା ଛକଠାରେ ଅବକାରୀ ବିଭାଗ ମଧ୍ଯ ୫୦ କିଗ୍ରା ଗଞ୍ଜେଇ ବୌଦ୍ଧରୁ ପଶ୍ଚିମବଙ୍ଗକୁ ଏକ ନମ୍ବରବିହୀନ ଆମ୍ବୁଲାନ୍ସ ଗାଡିରେ ଚୋରାଚାଲାଣ ହେଉଥିବା ବେଳେ ଧରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । 

ସୁବର୍ଣ୍ଣପୁର ଏସ୍ ପି ଶ୍ରୀ ନାଏକ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ବିବରଣୀ ପ୍ରଦାନ କରିବା ସହ ତାଙ୍କର ଏଠାରେ ଯୋଗଦେବା ପରେ ଅନ୍ଯାନ୍ଯ ଅପରାଧର ସମୁଚିତ ତଦନ୍ତ ଓ ଏଭଳି ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଅଦ୍ୟାବଧି ୩ ଟି ମାମଲାର ପାଇଲଟ୍ ଗାଡିକୁ ମଧ୍ଯ ଧରାଯାଇଥିବା ସହ 'ଜିରୋ ଟଲରାନ୍ସ ନୀତି' ଅବଲମ୍ବନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଉକ୍ତ ଗାଡିର ଡ୍ରାଇଭର ଓ  ଚୋରାଚାଲାଣକାରୀଙ୍କୁ ଜାଣିଶୁଣି ଛାଡିଦେଇଥିବା ସମ୍ପର୍କୀୟ ସାମ୍ବାଦିକମାନଙ୍କର ଭିନ୍ନ ଶଙ୍କା ଓ ସନ୍ଦେହର ଉତ୍ତରରେ ସେ ପ୍ରକାଶ କରିଛନ୍ତି ଯେ , ପୁଲିସ କଦାପି କୌଣସି ଅପରାଧୀଙ୍କୁ ଛାଡିଦିଏନାହିଁ । ପୁଲିସ ଏହାର ସବୁଦିଗକୁ ନେଇ ତଦନ୍ତ କରୁଛି । ସେଭଳି କିଛି ସୂଚନା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । 'ନୂତନ ଏସ୍ ପିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଫଳରେ ଚୋରାଚାଲାଣକାରୀଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like