-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||      ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||     

HOME   ଜିଲ୍ଲା

ମାଞ୍ଚେଷ୍ଟରଠାରେ ମହାସମାରୋହରେ ପଞ୍ଚମ ରଥଯାତ୍ରା ଆୟୋଜନ

04-Jul-2025



ମାଞ୍ଚେଷ୍ଟର(ପ୍ରେରଣା ଖବର):  ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହ ରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସକାଳୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଧାର୍ମିକ

ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଆୟୋଜିତ ଚଳିତବର୍ଷର ଘୋଷଯାତ୍ରାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥଟଣା ଓ ରଥ ଉପରେ କାଳିଆ ଠାକୁରଙ୍କର ଦର୍ଶନକୁ ନେଇ ପ୍ରବଳ ଆନନ୍ଦ, ଅଜସ୍ର ଉତ୍ସାହ, ଅସୀମ ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଦିନ ୧୨ଟା ୪୫ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡି କରାଯାଇ ଗୀତା ଭବନ ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦୁମନ୍ଦ ନାଦରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ବିଶେଷକରି ଏଠାରେ ମହିଳାମାନେ ରୋଷଣୀକରି ମା ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଉଥିବାର ଅନୁପମ ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ରଥ ଉପରେ ଶୋଭା ପାଉଥିବା ବିରାଟକାୟ ମନୋରମ ପଟ୍ଟଚିତ୍ରଟିକୁ ପ୍ରଖ୍ୟାତ କଳାକାର ପ୍ରଜ୍ଞା ବାବୁ ଅଙ୍କନ କରିଥିବା ଜଣାଯାଇଛି। ଅପରାହ୍ନ ୧ଟା ୧୫ମିନିଟରେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାଞ୍ଚେଷ୍ଟରର ରାଜରାସ୍ତାରେ ଗଡ଼ି ଚାଲିଥିବା ରାଜକୀୟ ରଥ ଉପରେ ବଡ଼ ଠାକୁରଙ୍କ ଦର୍ଶନ କରି ଉଭୟ ଦେଶୀ ଓ ବିଦେଶୀ ଭକ୍ତମାନେ କୃତ କୃତ୍ୟ ହେଉଥିବା ଦେଖାଯାଇଥିଲା। ଚଳନ୍ତି ରଥରେ କିଛି ଯାନ୍ତ୍ରିକ ତୃଟି ଯୋଗୁଁ ଏହା ଅଟକିବାକୁ ଯାଉଥିବା ସମୟରେ କୁଶଳୀ କାରିଗର ସିମରନଜିତ ସିଂହ, ତାଙ୍କର କାରିଗରୀ କରିସ୍ମା ପ୍ରଦର୍ଶନ କରି ନିମିଷକ ମଧ୍ୟରେ ରଥକୁ ସଜାଡ଼ି ଦେବାର ଅନୁଭୂତି ଅଲୌକିକ ଥିଲା। ରଥଟିକୁ ୱିଲବ୍ରହମ୍ ରୋଡ, ସେଣ୍ଟ ୱେରବ୍ରୋ ରୋଡ , ବ୍ରାଣ୍ଟିଂଗହୋମ ରୋଡ ଓ ୱିଦିଂଟଙ୍ଗ ରୋଡ ଆଦି ବାଟ ଦେଇ ନଗର ପରିକ୍ରମା କରାଯାଇ ପୁଣି ଗୀତା ଭବନର ବେଢ଼ାକୁ ଫେରାଇ ଅଣାଯାଇଥିଲା। 

ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ କାଉନ୍ସିଲର ବିମଲ ଚୋସକି ଏବଂ ଭାରତରୁ ଆସିଥିବା ବିଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ଦେବୀ ଚିତ୍ରଲେଖା  ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଚଳିତ ବର୍ଷର ରଥଯାତ୍ରା ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ ପ୍ରେରଣାଦାୟୀ  ବକ୍ତା ଡଃ. ଦୀପକ ଗୁପ୍ତାଙ୍କର ଭକ୍ତି ଓ ଭାବୋଦ୍ଦୀପକ ଭାଷଣ ଥିଲା। ଅନ୍ୟାନ୍ୟ ସ୍ୱତନ୍ତ୍ର ଆକର୍ଷଣ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ତନିଷ୍କା ଗୁପ୍ତା, ଡଃ. ଶିବ ସେନାପତି, ଦିଶା ପଟ୍ଟନାୟକ, ଜୟନ ପାଣିଗ୍ରାହୀ,ଡଃ. ରାଜିନ୍ଦ୍ର ସିଂହ, ଡଃ.  କପିଲମିତ କାଉର , ଦୀପ୍ତିମାନ ରଥ, ପ୍ରିୟଙ୍କା ଗିମନ,ହର୍ଷାଙ୍ଗଦା ଭଟ୍ଟନାଗର, ସୌମ୍ୟା ପଣ୍ଡା, ସୁଶ୍ରୀ ମନୋରମା ଏବଂ ସୁଶ୍ରୀ ସୁପ୍ରିୟା ପ୍ରମୁଖଙ୍କ ଦ୍ବାରା ସୁମଧୁର ଭଜନ ପରିବେଷଣ ଥିଲା। ପ୍ରତିଷ୍ଠିତ ନୃତ୍ୟାଙ୍ଗନା ରେଖା ସେନାପତି, ସାନଭି ସାହୁ ଓ ଦ୍ରିଷିକା ପାଣିଗ୍ରାହୀଙ୍କର ମନୋଲୋଭା ନୃତ୍ୟ ଦର୍ଶକମାନଙ୍କୁ ବେଶ ମନ୍ତ୍ର ମୁଗ୍ଧ କରିଥିଲା। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରିୟଙ୍କା ବେବର୍ତ୍ତା ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।

ରଥଯାତ୍ରାକୁ ସକ୍ଷମତାର ସହିତ ଆୟୋଜନ କରିବାରେ ସଙ୍ଗଠନ କମିଟିର ସଦସ୍ୟ ଯଥା:-  ଡଃ. ଶିବ ସେନାପତି,

ରେଖା ସେନାପତି, ଶିବରଞ୍ଜନ ବିଶ୍ୱାଳ, ବିଷ୍ଣୁ ଦାଶ, ବିବେକ ବାବୁ, ଜୀବନ ପାଣିଗ୍ରାହୀ, ସୁଧାକର ସାହୁ, ପ୍ରଶାନ୍ତ ସାହୁ, ସଞ୍ଜୀବ ଶ୍ରୀଚନ୍ଦନ, ସୁଜିତ ବେହେରା, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଏବଂ ପ୍ରଭାତ ସିଂହ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ରଥଯାତ୍ରା ମହୋତ୍ସବର ଅଭୂତପୂର୍ବ ସଫଳତା ପାଇଁ ଆୟୋଜକମାନଙ୍କ ତରଫରୁ ମାଞ୍ଚେଷ୍ଟର କାଉନସିଲ, ମାଞ୍ଚେଷ୍ଟର ପୁଲିସ ଏବଂ ରାଜମାର୍ଗ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ଆକୁଣ୍ଠ ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   11-May-2026
  ଜିଲ୍ଲା  
ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   11-May-2026
  ଜିଲ୍ଲା  
ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   11-May-2026
  ଜିଲ୍ଲା  
*ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   11-May-2026
  ଜିଲ୍ଲା  
*ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   11-May-2026
  ଜିଲ୍ଲା  
ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   11-May-2026
  ଜିଲ୍ଲା  
ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ   11-May-2026
  ଜିଲ୍ଲା  
ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   11-May-2026
  ରାଜ୍ୟ  
ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   11-May-2026
  ଜିଲ୍ଲା  
ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ   11-May-2026
  ଜିଲ୍ଲା  
ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   11-May-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   11-May-2026

You Might Also Like