-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
29-Jun-2025
କଣ୍ଟାବାଞ୍ଜି(ମୋହନ ସୁନା): ଗତ ୨୦ ତାରିଖ ରାତିରୁ ସେ ନିଖୋଜ ଥିବା ଯୁବକ ଙ୍କ ମୃତ ଦେହ କୂଅ ଭିତରୁ ଠାବ ହୋଇଛି। ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁ ରେ, ଏହି ଗାଁ ୧୯ ବର୍ଷିୟ ଯୁବକ କୁଜ ମାଝୀ ଗତ ୨୦ ରାତିରେ ଘର ଖାଉଥିବା ସମୟରେ ଏକ ଫୋନ କଲ ଆସିଲା ସେ କଥା ହେଉ ହେଉ ଘରୁ ବାହାଲି ଯେ ରାତିରେ ଆଉଁ ଘରକୁ ଫେରିଲେ ନାହିଁ। ପରିବାର ଲୋକେ ବହୁ ଖୋଜାଖୋଜି କରିବେ ବେଳେ ପତ୍ତା ପାଇଲେ ନାହିଁ ଶେଷ ରେ ଥାନା ଦ୍ବାରସ୍ଥ ହେଳେ ଏନେଇ କଣ୍ଟାବାଞ୍ଜି ପୋଲିସ ନିଖୋଜ ମାମଲା ରୁଜୁ କରିଥିବା ବେଳେ ନିଖୋଜ ଯୁବକ କୁଜ ର କୌଣସି ପତ୍ତା ପାଇନଥିବା ବେଳେ ଶୁକ୍ରବାର ସକାଳେ କଣ୍ଟାବାଞ୍ଜି ସିମେଣ୍ଟ ଫ୍ୟାକ୍ଟ୍ରି ପଛ ପଟେ ଏକ କୂଅ ଭିତରେ ଯୁବକଙ୍କ ମୃତ ଦେହ ପଡିଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି। ହତ୍ୟାକରି ଫିକି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।