-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶର ଆହ୍ବାନ ■ ଉଦ୍ୟାନକୃଷି ହିଁ ଦାଦନସମସ୍ୟାର ବିକଳ୍ପ■ ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର

29-Jun-2025



ବଲାଙ୍ଗୀର(ମଳୟ ମିଶ୍ର):  ଗତ ୧୭ ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକଶକ୍ତି ସମାବେଶରେ ଯୋଗ ଦେଇଥିଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କର ବଲାଙ୍ଗୀର ଜିଲ୍ଲାର କୃଷି ଓ ଚାଷୀଙ୍କ ଅଭିବୃଦ୍ଧି ପାଇଁ ସରକାରଙ୍କ ବିପୁଳ ଆର୍ଥିକ ସହାୟତାର ପ୍ରତିଶ୍ରୁତି ସହିତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଭିଭାଷଣରେ ଚଳିତ ସରକାରର ରାଜ୍ୟର ଦୁଇଗୁଣା କୃଷିବଜେଟ୍ ବୃଦ୍ଧି ସହିତ ଜିଲ୍ଲାର ଫଳଚାଷ, ପନିପରିବା ଚାଷ ଓ ଏସବୁ ଉତ୍ପାଦିତ ଫସଲ ବିଦେଶକୁ ରପ୍ତାନୀ ହେଉଥିବା ସୂଚନା ଶୁଣିବା ପରେ ଏସବୁ ଆଗାମୀ ସରକାରଙ୍କ ଯୋଜନାର ରୂପରେଖ ଜାଣିବାର ଆଗ୍ରହରୁ ଆମ ଟିମ୍ ପ୍ରଥମେ ପହଞ୍ଚିଥିଲା ବଲାଙ୍ଗୀର ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ।

ଅଳ୍ପଦିନ ହେବ ଏଠାରେ ଡେପୁଟି ଡାଇରେକ୍ଟର ଭାବରେ ଯୋଗ ଦେଇଥିବା ସୁଦେଶ କୁମାର ଚୌଧୁରୀଙ୍କୁ ଭେଟି କିଛିସମୟ ଔପଚାରିକ ଆଲୋଚନାରେ ଯାହା ହୃଦ୍ ବୋଧ ହେଲା, ଆଉ ମାତ୍ର ପ୍ରାୟ ୧୦ ମାସ ଅବସର ଗ୍ରହଣ ପାଇଁ ଥିବା ଏଇ ଅଧିକାରୀଙ୍କର ବିଭାଗ ପ୍ରତି ଉତ୍ସର୍ଗୀକୃତ ଭାବନା ଓ କାମ କରିବାର ଉତ୍ସାହ ଅନ୍ତତଃ ଆମ ବଲାଙ୍ଗୀର ଜିଲ୍ଲା ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଭଳି ଅଧିକାରୀଙ୍କର ଅନ୍ତତଃ ବଲାଙ୍ଗୀର ଜିଲ୍ଲାରେ ଅଧିକ ଦିନ ରଖାଯିବାର ଆବଶ୍ୟକତା ରହିଛି ।

ଉକ୍ତ  ସମାବେଶରେ ପାଟଣାଗଡ,  ଟିଟିଲାଗଡ ଓ ଖପ୍ରାଖୋଲର ୬ ଲଟ୍ ଦଶେରୀ, ଆମ୍ରପଲ୍ଲୀ ଚାଷୀଙ୍କର ଆମ୍ବ  ଲଣ୍ଡନ, ଆବୁଧାବି ଓ ଜର୍ମାନୀ ଇତ୍ୟାଦି ବିଦେଶକୁ ରପ୍ତାନୀ କରାଯାଇଥିବା କୃଷିମନ୍ତ୍ରୀ ପ୍ରକାଶ କରିଥିଲେ। ଏହାସହିତ ଜିଲ୍ଲାର ଚାଷୀଙ୍କର କଲରା, ଭେଣ୍ଡି ଆଦି ପନିପରିବା ମଧ୍ଯ ବିଦେଶକୁ ଯାଉଥିବା ସେ କହିଥିଲେ। ଉଦ୍ୟାନ କୃଷି ବିଭାଗ ସହିତ ନାବାର୍ଡ ଓ ଓରମାସ୍ ତରଫରୁ ଉତ୍ପାଦିତ ଏସବୁର ବିଦେଶକୁ ଭୁବନେଶ୍ବର ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ପାଲାଡିଏମ୍ କନସଲଟାନ୍ସି ଜରିଆରେ  ଏହା ରପ୍ତାନୀ କରାଯାଉଛି। 

ଜିଲ୍ଲାର ୧୪ ଟି ବ୍ଲକରେ ଏହି ଉପନିର୍ଦ୍ଦେଶକଙ୍କ ଅଧୀନରେ ଏସବୁ ପନିପରିବା, ଆମ୍ବ ଓ ଡ୍ରାଗନ ଫ୍ରୁଟ୍ ଚାଷ କରାଯାଉଛି । ପାଟଣାଗଡରେ ଶ୍ରୀ ସିଂହଦେଓଙ୍କ ନିଜସ୍ବ ଫାର୍ମରେ ଫଳୁଥିବା ଡ୍ରାଥନ ଫ୍ରୁଟ୍ କିଛିଦିନତଳେ ଦୁବାଇକୁ ରପ୍ତାନୀ ହୋଇଥିବା ପ୍ରକାଶ ପାଇଥିଲା। ଏତଦ୍ ବ୍ୟତୀତ ଏହି ଦାମିକା ବିଦେଶୀ ଫଳଚାଷ ଜିଲ୍ଲାର ଦେଓଗାଁ, ଲୋଇସିଂହା ,ମୁରିବାହାଲ,  ଖପ୍ରାଖୋଲ ଓ ବିଭିନ୍ନ ସ୍ଥାନରେ ଚାଷୀ ହେଉଛି ।

ଏହାସହିତ ରବିଋତୁରେ ପିଆଜ, ଧନିଆ ଇତ୍ୟାଦି ଚାଷ କରାଯାଏ । ତେବେ ଶୀତଳଭଣ୍ଡାର ନଥିବାରୁ ଚାଷୀଙ୍କର ବହୁତ ଅସୁବିଧା ହେଉଛି ।  ବିଶେଷତଃ ଘରୋଇ ଭାବେ ଶୀତଳଭଣ୍ଡାର କରାଯିବାକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଚାଷୀଙ୍କର ଉତ୍ପାଦିତ ଫଳ ଓ ପନିପରିବାର ସଂରକ୍ଷଣ ସମ୍ଭବ ହୁଅନ୍ତା  l  ବଲାଙ୍ଗୀର ଜିଲ୍ଲା ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଓଡିଶାର ୨ୟ ଟାର୍ଗେଟ୍ ରେ ରହିଛି । ସେହିପରି ଏମ୍ ଆଇ ଡିଏସ୍ ବା ଜାତୀୟ ଉଦ୍ୟାନ ମିଶନରେ ଓଡିଶାର ୧ମ ଟାର୍ଗେଟ୍ ରେ ଓ ଏବର୍ଷର ଅଏଲ୍ ପାମ୍ ବା ତାଳତେଲ ଚାଷ ଯୋଜନାରେ ୩ୟ ଟାର୍ଗେଟ୍ ରେ ରହିଥିବା ସେ ପ୍ରକାଶ କରିଥିଲେ।

ଏତଦ୍ ବ୍ୟତୀତ 'ବିକଶିତ ଓଡିଶା ପାଇଁ ବିକଶିତ ବଲାଙ୍ଗୀର' କାର୍ଯ୍ୟକ୍ରମରେ ଭବିଷ୍ୟତରେ ମାଟିର ଉର୍ବରତାକୁ ନଷ୍ଟ କରିଦେବାର ଆଶଙ୍କା ରହିଥିବା କ୍ଷତିକାରକ କପାଚାଷ ବିକଳ୍ପ ଭାବରେ ଉଦ୍ୟାନ କୃଷିର ପ୍ରଚଳନକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଏବେ ୨ କୋଟି ୨୭ ଲକ୍ଷ ଟଙ୍କାର ମୁଖ୍ଯମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର କରାଯାଉଛି। ଏହି ଯୋଜନାର ୭୬ଟି ଉଦ୍ୟୋଗ ମଧ୍ଯରୁ କେବଳ ୩୬ ଟି ଉଦ୍ୟୋଗ ଉଦ୍ୟାନକୃଷି ବିଭାଗର । ଏଥର ରାଜ୍ୟ ଯୋଜନା ବା ଜିଲ୍ଲା ଯୋଜନାରେ ନଥିବା ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାର ୧୪ ଟି ବ୍ଲକରେ ୫୩୫ ଟି ପୋଖରୀ ବା ଫାର୍ମପଣ୍ଡର ପ୍ରସ୍ତାବ  ଦିଆଯାଇଥିବା ତାଙ୍କ ସୂତ୍ରରୁ ପ୍ରକାଶ । 

ଛତୁଆ ମଧ୍ଯ ଏକ ପ୍ରଚୁର ଲାଭଦାୟକ କୃଷି ଓ ଏବେ ପାଳଛତୁ ଓ ଧିଙ୍ଗିରୀଛତୁ ଚାଷ କରାଯାଉଛି । ବ୍ୟୟବହୁଳ ବଟମ୍ ଛତୁଚାଷ ମଧ୍ଯ କରାଯିବାର ଲକ୍ଷ୍ୟ ରହିଛି ।  ସମସ୍ୟା ମଧ୍ଯରେ ମଞ୍ଜୁରୀପ୍ରାପ୍ତ ପଦରୁ ୫୦ ପ୍ରତିଶତ କର୍ମଚାରୀ କମ୍ ଅଛନ୍ତି ଓ ଆଉ ନୂତନ ନିଯୁକ୍ତି ହେଉନାହିଁ ।
ଯଦି ସମସ୍ତଙ୍କର ସହଯୋଗ ମିଳନ୍ତା , ତେବେ ଅନ୍ଯାନ୍ଯ ୧୮ ଟି

ବିଭାଗ ମଧ୍ଯରୁ ଉପରୋକ୍ତ କୃଷିରେ କେବଳ ଉଦ୍ୟାନକୃଷିରେ ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାର ଚିତ୍ର ବଦଳାଇ ଦିଆଯାଇ ପାରିବ ବୋଲି ସେ ଦୃଢଆଶା ପ୍ରକାଶ କରିଛନ୍ତି । ଏଣୁ ବଲାଙ୍ଗୀର ଉଦ୍ୟାନକୃଷି କ୍ଷେତ୍ରରେ ଯଦି ସରକାର ସତରେ ଉଲ୍ଲେଖନୀୟ ଉନ୍ନତି ଚାହୁଁଥାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଏଠାକାର ମୁଖ୍ୟ ଅଭାବଗୁଡିକ ମଧ୍ଯରେ ରହୁଥିବା ୫୦ ପ୍ରତିଶତ କର୍ମଚାରୀ ଅଭାବର ପୂରଣ, ଘରୋଇ ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ପ୍ରଦାନ ସହ ଉଦ୍ୟାନ କୃଷି ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like