-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ସଦର ମହକୁମା ରାୟଗୁରୁପଡା ସ୍ଥିତ ବୃନ୍ଦାବନ ବିହାରୀ ମନ୍ଦିର ଆଡପ ମଣ୍ଡପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ମତ୍ସ୍ୟଅବତାର ବେଶ ଧାରଣ କରି ଭକ୍ତ ବୃନ୍ଦଙ୍କୁ ଦର୍ଶନ ଦେଇ ଛନ୍ତି।ଏହି ଅନ୍ୟନ୍ୟ ଦୁର୍ଲ୍ଲଭ ବେଶକୁ ଦର୍ଶନ କଲେ ଅନେକ ପୁଣ୍ୟ ଫଳ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ଓ ପ୍ରତିକୂଳ ପାଣି ପାଗ ସତ୍ତ୍ଵେ ମନ୍ଦିର ରେ ପ୍ରଭୁ ଙ୍କ କୃପା ଲାଭ ପାଇଁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି l ପଣ୍ତିତ ରାଜେନ୍ଦ୍ର ମହାପାତ୍ର ପ୍ରଭୁ ଙ୍କ ନୀତି କାନ୍ତି ପୂଜା ବିଧି ର ଦାୟିତ୍ବ ସମ୍ପନ୍ନ କରିଥିବା ବେଳେ ଶ୍ରୀତମ ମହାପାତ୍ର, ପୀତବାସ ମିଶ୍ର, କୁନା ନାଏକ, ସୁଧାଂଶୁ ମିଶ୍ର, ବାଳ ମୁକୁନ୍ଦ ସାହୁ, ରିତିକ ମିଶ୍ର, ଅଭୟ ସାହୁ, ଦିର୍ଜୁ ମଲ୍ଲିକ, ସାଇ କ୍ରିଷ୍ଣା ପାଢ଼ୀ, ଶ୍ୟାମ ସୁନ୍ଦର ଶର୍ମା, ବାପତି ମହାରଣା ପ୍ରମୁଖ ମନ୍ଦିର କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l