-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
28-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା-କୁଟାସିଂହା ରାସ୍ତା ର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି।ରାସ୍ତା ନିର୍ମାଣ କୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ଙ୍କ ମନମାନି ଯୋଗୁଁ ଏଭଳି କାମ ହୋଇଛି ବୋଲି ଚର୍ଚ୍ଚା ହେଉଛି।ନିଜ ଦୋଷ ଲୁଚେଇବାକୁ ଯାଇ ଦବିଥିବା ସ୍ଥାନରେ ଠିକା କର୍ମଚାରୀ ପଥରଗୁଣ୍ଡ ମିଶା ମେଟାଲ ପକାଇ ପ୍ୟାଚ କାମ କରୁଥିବା ଦେଖା ଯାଇଛି।ଗାଇଡଲାଇନ ଅନୁସାରେ ରାସ୍ତା କାମ ହୋଇ ନ ଥିବାରୁ ୩୦ କୋଟି ଟଙ୍କା ର କାମ ମାସେ ନ ପୂରୁଣୁ ଦବି ଯାଉଥିବାରୁ ଅଂଚଳବାସୀଙ୍କ ମଧ୍ୟ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବିକରିଛନ୍ତି |