-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

କଂଗ୍ରେସ ର ସମ୍ବିଧାନ ବଚାଓ ସମାବେଶ: ଲୋକଙ୍କ ଅଧିକାର ର ସୁରକ୍ଷା ପାଇଁ ସମ୍ବିଧାନ ସୁରକ୍ଷିତ ରହିବା ନିହାତି ଜରୁରୀ - ସମରେନ୍ଦ୍ର

22-Jun-2025



ବଲାଙ୍ଗିର(ପ୍ରେରଣା ଖବର)- ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ। ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶ ସମ୍ବିଧାନ ସୁରକ୍ଷିତ ରହିବ। ସେଥି ପାଇଁ ଆମେ ଆଜି ସମ୍ବିଧାନ ବଚାଓ ଅଭିଯାନରେ  ଆମେ ସମବେତ ହେଇଛୁଁ। ଏହି ଅଭିଯାନ ଲୋକଙ୍କ ପ୍ରତ୍ୟେକ ପାଖକୁ ପହଂଚିବ। ଏହାର ଲକ୍ଷ୍ୟ ହେଲା ବର୍ତ୍ତମାନ ଜନବିରୋଧି ବିଜେପି ସରକାର ଯେଭଳି ଭାବରେ ସମ୍ବିଧାନ ଏବଂ ବିଭିନ୍ନ ଗଣତାନ୍ତ୍ରିକ ସଂସ୍ଥାକୁ ନିଜର ରାଜନୈତିକ ଉଦ୍ଦେଶ୍ୟ ପୁରଣ ପାଇଁ ଆକ୍ରମଣ କରି ଚାଲିଛି ତାର ସେହି ଘୃଣ୍ୟ ଉଦ୍ଦେଶ୍ଯକୁ 

ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ପର୍ଦ୍ଦାଫାସ କରିବା, ଏହା ହେଲେ ହିଁ ସମ୍ବିଧାନ ସୁରକ୍ଷିତ ଭାବେ ବଂଚିବ ବୋଲି  ଆଜି ଦେଓଗାଁ ବ୍ଲକ ସ୍ଥିତ ଡୁମେରପିଟା ପଂଚାୟତର ଡୁମେରପିଟା ଠାରେ ଅନୁଷ୍ଠିତ ସମ୍ବିଧାନ ବଂଚାଓ ଅଭିଯାନରେ ଗତ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଦେଶକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରି ଚାଲିଛି । ଭୁଲ ଅର୍ଥନୈତିକ ପରିଚାଳନା ସହ ସାମାଜିକ ନ୍ୟାୟ ଉପରେ ବାରମ୍ବାର ବିଜେପି ତରଫରୁ ଆଘାତ ପହଂଚାଉ ଥିବାରୁ ଦେଶର ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାରରେ । ଆମର ଏହି ସମ୍ବିଧାନ ବଂଚାଓ ଅଭିଯାନ ଦ୍ୱାରା ଆମେ ନିଶ୍ଚିତ ଭାବରେ  ଦେଶର ଅଗଣିତ ସାଧାରଣ ଜନତାଙ୍କ ସ୍ୱର, ତଳସ୍ତରରେ ଥିବା ସମସ୍ୟା ଏବଂ ସାମ୍ବିଧାନିକ ମୁଲ୍ୟବୋଧ ଉପରେ ସଠିକ୍ ଗୁରୁତ୍ୱ ଦେଇ ଦେଶର ଉନ୍ନତ ଭବିଷ୍ୟତ ନିର୍ମାଣ ର ବାର୍ତ୍ତା ପ୍ରତ୍ୟେକ ଦିନ ତାଙ୍କ ପାଖରେ ପହଂଚାଇବା ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ । ବ୍ଲକ ସଭାପତି ରାମଜୀ ଚୈାଧୁରୀଙ୍କ ନେତୃତ୍ୱ ତଥା ପିସିସି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରାଉତ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶ ଆରମ୍ଭରେ ସମ୍ବିଧାନ ପ୍ରଣେତା ସଭାରେ ସଦସ୍ୟ ଥିବା ବଲାଙ୍ଗିରର ବରପୁତ୍ର ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, କାର୍ଯ୍ୟକାରୀ ସଭାପତି ସନ୍ତକ ବହିଦାର, ଅଙ୍କିତ ସାହୁ, ପପୁ

ପାତ୍ର, ଶ୍ରୀଧର ବାରିକ, ସୂର୍ଯ୍ୟକାନ୍ତି ଛତ୍ରିଆ, ଚିନ୍ମୟ ବେହେରା, ସଂକିର୍ତ୍ତନ ବାଗ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧି ମନୋଭାବର କଠୋର ସମାଲୋଚନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ମନବୋଧ ହରପାଲ, ପଙ୍କଜିନି ଛତ୍ରିଆ, ରାମ ମିଶ୍ର, ସଂଯୁକ୍ତା ସେଠ, ଚନ୍ଦ୍ରମା ଧରୁଆ  ଅସୀତ ମିଶ୍ର, ନାସିର ଖାନ ଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like