-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2025
ଅତାବିରା(ଆକାଶ ମିଶ୍ର): ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଆରମ୍ଭ ହୋଇଛି।ଏହି ଅବସରରେ ଜିପିଡ଼ିଓ ମହମ୍ମଦ ଆକବର ଓ ଏବିଡ଼ିଓ ଗିରୀନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଡ଼ିଓ ରିପୁନାଥ ସୁନା, ଏନଏସି ଇଓ ନରେନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ମିଳନ ସେଟ ଅନୁଷ୍ଠାନିକ ଭାବେ ଅତାବିରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ।ଅତାବିରାରୁ ବାହାରି ଜହ୍ନ।ପଡା ଗ୍ରାମ ପଞ୍ଚାୟତ, ମନାପଡା ଗ୍ରାମ ପଞ୍ଚାୟତ ଓ ହିର୍ଲିପାଲି ଗ୍ରାମ
ପଞ୍ଚାୟତକୁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା।ବିଭିନ୍ନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଗୃହ ନିର୍ମାଣ କରିବାର କାର୍ଯ୍ୟାଦେଶ, ଭତ୍ତା ବଣ୍ଟନ କରାଯାଇଛି।ଏଥିରେ ସରପଞ୍ଚ, ୱାର୍ଡ ମେମ୍ବର,ସମିତି ସଭ୍ୟ, ସଭ୍ୟା, ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ବ୍ଳକ ସ୍ତରୀୟ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ।