-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2025
ଅତାବିରା(ଆକାଶ ମିଶ୍ର):ଅତାବିରା ଏନ୍ ଏ ସି ୱାର୍ଡ ନଂ ୯ , ଲାଦର ପାଲି ଛକ ରୁ ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଏବେ ମଣିଷ ପାଇଁ ବିପଦ ମୁଖ ହୋଇ ପଡ଼ିଛି। ୫୩ ନଂ ଜାତୀୟ ରାଜପଥ ଲାଦର ପାଲି ଛକ ରୁ ଲମ୍ବିଯାଇଛି ଗ୍ରାମ ଭିତର କୁ ଏହି ରାସ୍ତା । ଏହି ରାସ୍ତା ରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନବାହାନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ରେ ଅରବିନ୍ଦ ସ୍କୁଲ୍ , ବିଦ୍ୟୁତ୍ କାର୍ଯ୍ୟାଳୟ, ଆର୍ ଡବ୍ଲୁ ଏସ ଏସ କାର୍ଯ୍ୟାଳୟ, ରେଜେଷ୍ଟି କାର୍ଯ୍ୟାଳୟ ,ଲlଦେରପlଳି ପ୍ରାଥମିକ ସ୍କୁଲ ରହିଥିବା ତଥା ଗ୍ରାମକୁ ଦିନ ରାତି ପ୍ରତି ମୁହୂର୍ତ୍ତରେ ଶହ ଶହ ଲୋକ, ଛାତ୍ର ,ଛାତ୍ରୀ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ ଗର୍ତ୍ତ ଯୋଗୁଁ ବାଇକ୍ ଆଦି ଦୁଇଚକୁଆ ଯାନ ଗୁଡ଼ିକ ବୁଲେଇ ବଙ୍କେଇ ନେବାକୁ ପଡୁଛି ।
ରାସ୍ତା ପ୍ରତି ପରିଚିତ ବ୍ୟକ୍ତି ଗର୍ତ୍ତ ସଲଖରେ ସଚେତନ ହୋଇ ପାରୁଛନ୍ତି କିନ୍ତୁ ଅଜଣା ବ୍ୟକ୍ତି ଏହି ଗର୍ତ୍ତ ମଧ୍ୟରେ ପଡ଼ି ଦୁର୍ଘଟଣା ର ଶିକାର ହେଉଛନ୍ତି । ବଡ ବଡ ଗାଡ଼ି ଗୁଡ଼ିକ ଗର୍ତ୍ତ ମଧ୍ୟଦେଇ ଯାଉଛି, ତେଣୁ ତାହା ମଧ୍ୟ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ହେଉଥିବାରୁ ଏହାର ମରାମତି ଜରୁରୀ ହୋଇ ପଡ଼ିଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି।