-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||     

HOME   ରାଜ୍ୟ

କୋଲକାତାରେ ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ

12-Jun-2025



କୋଲକାତା(ପ୍ରେରଣା ଖବର): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ନୂତନ ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ ହୋଇ ଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଏବଂ ବଙ୍ଗଳା ଉପଦେଷ୍ଟା ପରିଷଦର ଆବାହକ ତଥା ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ । ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ସ୍ୱାଗତ ଭାଷଣରେ ସେ କହିଥିଲେ ଯେ ଦୀର୍ଘ ଦିନରୁ ପାଠକମାନେ କୋଲକାତା କାର୍ଯ୍ୟାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ

କେନ୍ଦ୍ର ପ୍ରତିଷ୍ଠା ହେଉ ବୋଲି ଦାବି କରୁଥିଲେ । ତାହା ଆଜି ସାକାର ହୋଇଛି । ଏହା ଦ୍ୱାରା ପାଠକ ପାଠିକା ଏବଂ ଗବେଷକ ଗବେଷିକାମାନେ ଉପକୃତ ହେବେ । ଅକାଦେମି ଦ୍ୱାରା ପ୍ରକାଶିତ ୨୪ ଭାଷାର ପୁସ୍ତକ ଏଠାରେ ଉପଲବ୍ଧ ହେବ । ପୁରୁଣା ପ୍ରେକ୍ଷାଳୟର ନବୀକରଣ କରାଯାଇଥିବାରୁ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନରେ ଏହା ସହାୟକ ହେବ ବୋଲି ସେ ସୂଚନା ଦେଇଥିଲେ । ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ନିଜ ବକ୍ତବ୍ୟରେ କହିଥିଲେ ଯେ ପୁସ୍ତକ ବିକ୍ରୟ କେନ୍ଦ୍ର ହେଉଛି ଏକ ବୌଦ୍ଧିକ ସମ୍ପତ୍ତି । କୋଲକାତା ହେଉଛି ସାହିତ୍ୟ ଓ ସଂସ୍କୃତିର ପୀଠ । ଏଠିକାର ସାରସ୍ୱତ ଧାରା ତଥା ସମଗ୍ର ପୂର୍ବାଞ୍ଚଳର ସାହିତ୍ୟକୁ ଆଗେଇ ନେବାରେ ଏହି ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃୃତ ପ୍ରେକ୍ଷାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏକାଡେମୀର

ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ବସୁ କହିଥିଲେ ଯେ ପଶ୍ଚିମବଙ୍ଗ ସବୁବେଳେ ବହୁଭାଷୀ ପରମ୍ପରାକୁ ସ୍ୱୀକାର କରିଥାଏ । ଏହି ପୁସ୍ତକ କେନ୍ଦ୍ର ବଙ୍ଗଳା ସହିତ ଦେଶର ପୂର୍ବାଞ୍ଚଳର ବିଭିନ୍ନ ଭାଷାର ପୁସ୍ତକ ପହଞ୍ଚାଇବାର କାର୍ଯ୍ୟ କରିବ । ବିଗତ ତିନି ବର୍ଷ ମଧ୍ୟରେ ଏକାଡେମୀ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ ଏବଂ ଅନେକ ମୂଲ୍ୟବାନ ପୁସ୍ତକ ପ୍ରକାଶନ ହୋଇଥିବାର ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି  ସୁବୋଧ ସରକାର ପୁସ୍ତକ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଏକାଡେମୀକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟ୍ରକମ ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଏହାପରେ ଏକ ସ୍ୱତନ୍ତ୍ର କବିତା ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ସୁବୋଧ ସରକାର । ସ୍ୱରଚିତ କବିତା ପାଠ କରିଥିଲେ କବି ଅର୍ଣ୍ଣବ ସାହା, ବିଭାସ ରାୟ ଚୌଧୁରୀ, ଚଇତାଳି ଚଟ୍ଟୋପାଧ୍ୟାୟ, ନିର୍ମାଲ୍ୟ ମୁଖୋପାଧ୍ୟାୟ ଏବଂ ଶିବାଶିଷ ମୁଖୋପାଧ୍ୟାୟ ।  ପଠିତ କବିତାଗୁଡ଼ିକରେ ସମକାଳର ବିବିଧ ଚିତ୍ର, ଘଟଣା, ମାନବିକ ମୂଲ୍ୟବୋଧ, ସମାଜର ବୈଚିତ୍ର୍ୟ ଗୁଞ୍ଜରିତ ହୋଇଥିଲା । ଶେଷରେ ମାଧବ କୌଶିକଙ୍କ ଗଜଲ ଏବଂ ସୁବୋଧ ସରକାରଙ୍କ କବିତା ଶ୍ରୋତାଙ୍କୁ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ କବିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଲେଖକ ଲେଖିକା ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026

You Might Also Like