-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା କୃଷି ବିଭାଗ ପକ୍ଷ ରୁ କୃଷି ସଚେତନ ରଥ ବୋଡ଼େନ ବ୍ଲକ ଡ଼ମଝର ଗ୍ରାମ ରେ ସଚେତନ କରି ଉନ୍ନତ ଧାନ ବିହନ ପ୍ରଦାନ କରିଛନ୍ତି। ବିଶେଷ କରି କୃଷି ଉତ୍ପାଦନ କୁ ଦ୍ଵିଗୁଣିତ କରିବା ସହ ଲାଭ ଦାୟକ ଫସଲ ଚାଷ କରିବା ପାଇଁ ସଚେତନ କରୁଛନ୍ତି। କୃଷି ସଚେତନ ରଥ କୁ ଡ଼ମଝର ଠାରେ ବ୍ୟାପକ ସ୍ବାଗତ କରିଥିବା ବେଳେ ମହିଳା ପୁରୁଷ କୃଷକ ମାନେ ଯୋଗ ଦେଇ ଅତ୍ୟାଧୁନିକ କୃଷି ପ୍ରଣାଳୀ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର, ଉନ୍ନତମାନର ଧାନ ବିହନ ଚାଷ କରିବା ସହ ରୋଗପୋକ ଦାଉରୁ ଫସଲ ସୁରକ୍ଷା ନେଇ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେମୁଖ୍ୟ ବୈଜ୍ଞାନିକ ଡ଼. ଏସ କେ ଦାଶ, ମୂର୍ତ୍ତିକା ବୈଜ୍ଞାନିକ ଡ଼. ଗୋବିନ୍ଦ ଚନ୍ଦ୍ର ସାହୁ, ଉଦ୍ୟାନ ବୈଜ୍ଞାନିକ ବିଜୟ କୁମାର ବୈଦ୍ୟ,ସାଂସଦ ପ୍ରତିନିଧି ବିଜୟ ବେହେରା, ଯୋଗ ଗୁରୁ ଅରବିନ୍ଦ ବେହେରା,ଗ୍ରାମ ସାଥୀ କେଶବ ବେହେରା, ବୁଦୁ ରାମ ବେହେରା,ସମେତ ସମସ୍ତ ଚାଷୀ ମାନେ ଯୋଗ ଦେଇଥିଲେ।