-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ସୁନା ଅଳଙ୍କାର ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ : ଥାନାରେ ଏତଲା

04-Jun-2025



ମାଲକାନଗିରି(କେଶବ ନାୟକ): ମଙ୍ଗଳବାର ରାତି ୯ ଟା ରେ ଦୋକାନ ବନ୍ଦ କରି ସୁନା ବ୍ୟାଗ ନେଇ ଘରକୁ ଫେରୁଥିବା ସମୟରେ ଘର ସମ୍ମୁଖରୁ ଦୋକାନୀଙ୍କ ସୁନା ଗହଣା ବ୍ୟାଗ୍‌ କୁ ଝାମ୍ପି ଚମ୍ପଟ ମାରିଲେ ଦୁର୍ବୃତ୍ତ ମାନେ  । ମୋଟର ସାଇକଲ୍‌ରେ ଦୁଇ ଜଣ ଦୁର୍ବୁତ୍ତ ଆସି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଏହି ଲୁଟ୍ କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି। ଘଟଣାରୁ ପ୍ରକାଶ ଯେ,ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡାବାକୁଲି ଗୁଡା ସାହିରେ ଘଟିଛି ଏଭାଳି ଅଭାବନୀୟ  ଘଟଣା। ପ୍ରସାଦ ଜୁଏଲର ମାଲିକ ସୁବାସ ପାଟିଲ ପ୍ରତିଦିନ ଭଳି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ପଛପଟ ସାହିରେ ଥିବା ନିଜ ଘରକୁ ଦୁଇଟି ବ୍ୟାଗ୍‌ରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସି ତାଙ୍କ ଘର ସମ୍ମୁଖରେ ପହଞ୍ଚି ଥିଲେ। ଏହି ସମୟରେ ପଛପଟୁ ଗୋଟିଏ କଳା ରଙ୍ଗର ମୋଟର ସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଆସି ଦୁଇଟି ବ୍ୟାଗକୁ ଝାମ୍ପି ନେବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବ୍ୟାଗ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ I ତେବେ ଏହି ସମୟରେ ସେହି ସ୍ଥାନଟି ଜନ ଗହଳି ପୂର୍ଣ୍ଣ ଥିବା ବେଳେ କେହି ମଧ୍ୟ ଚୋରଙ୍କ ଟେର୍ ପାଇ ପାରିଲେ ନାହିଁ। ଜଣେ ଚୋରି ମୁଣ୍ଡରେ ହେଲମେଟ ପିନ୍ଧିଥିଲା ବେଳେ ଅନ୍ୟଟି ମୁହଁରେ ମାକ୍ସ ଲଗାଇଥିଲା। ଦୁଇବର୍ଷ ପୂର୍ବରୁ ମଧ୍ୟ ଏହି  ଦୋକାନୀଙ୍କ ଘରୁ ନିଶାଯୁକ୍ତ ଖାଦ୍ୟ ଦେଇ ସୁନା ଚୋରି କରିଥିଲେ ଦୁଇ ଜଣ ଚୋର। ତେବେ ଏନେଇ ସୁନା ଦୋକାନୀ ଶ୍ରୀ ପାଟିଲ ସଙ୍ଗେ ସଙ୍ଗେ ଥାନାକୁ ଯାଇ ଏକ ଲିଖିତ ଏତଲା ଦେଇଥିଲେ। ଏହି ଏତଲାକୁ  ଭିତ୍ତିକରି ହଠାତ୍ ମାଲକାନଗିରି ଏସ୍‌ଡିପିଓ ଦିବ୍ୟ ଦଳେଇ ଙ୍କ ସହ ମାଲକାନାଗିରି ଥାନା  କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ଏଯାବତ୍ ସୁନା ଚୋରି ଦୁର୍ବୃତ୍ତ ଙ୍କ କୌଣସି ସନ୍ଧାନ ମିଳି ନଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like