-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ରାୟଗଡା, (ପ୍ରେରଣା ଖବର): ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଜାମ୍ବଗୁଡା ରାସ୍ତା ନିକଟ ରୁ ୫୬ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣପଡିଛି। ଏହି ଜବତ ଗଞ୍ଜେଇ ସହ ଆମ୍ବଗୁଡା ଗ୍ରାମର ଅର୍ଜୁନ ମାଝି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ସୁଚନା ମୁତାବକ ଏହି ଗଞ୍ଜେଇ ଅଭିଯୁକ୍ତ ବାହାରକୁ ଚାଲାଣ କରିବା ପାଇିଁ ଆମ୍ବଗୁଡା ରାସ୍ତା କଡରେ ଗଂଞ୍ଜେଇ ରଖି ଯୋଜନା ଚଲାଇଥିଲା । ପୋଲିସ୍ ଖବର ପାଇ ଜବତ କରିଛି। ଏହି ଗଞ୍ଜେଇ ଚୋରାଚାଲାଣ ଉପରେ ପୋଲିସ ଅଧିକା ତଦନ୍ତ ଜାରି ରଖିଛି। ସୁଚନା ଦେଇଛନ୍ତି ଗୁଣୁପୁର ପୋଲିସ୍ ଏସ୍ ପି ସି ଓ ରାଜ କିଶୋର ଦାସ।