-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) : ମହୀପୁର ବନାଞ୍ଚଳ ଅନ୍ତର୍ଗତ ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ଶାଳକାଠ ଚୋରି କରୁଥିବା ବେଳେ ୨ ଜଣ ଙ୍କୁ ଗିରଫ କରାଯିବା ସହିତ କାଠ ଲଗ ଜବତ ହୋଇଛି | ମହୀପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଙ୍କ ସୂଚନା ମୁତାବକ ଉଭୟ ଚୋର ଙ୍କୁ ଆଜି ଏସଡିଜିଏମ କୋର୍ଟ କୁ ପଠା ଯାଇଛି | ୨ଚୋର ଙ୍କ ମଧ୍ୟରୁ ଜଣେ ଦଶପଲ୍ଲା ଗୋଡ଼ିବିଡା ଅଞ୍ଚଳ ର ସନ୍ତୋଷ ସେଠୀ ଏବଂ ଅନ୍ୟ ଜଣେ ବଡମ୍ବା ଗୋପାଳ ପୁର ଗ୍ରାମ ର ଲକ୍ଷ୍ମୀଧର ନାୟକ | ଉଭୟ ଲୁଟେରା ଜଙ୍ଗଲ ରେ କାଠ କାଟୁଥିବା ସମୟରେ ମହୀତମା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଶ୍ରୀକାନ୍ତ ନାୟକ ଏବଂ ବିନାୟକ ଜେନା ପ୍ରମୁଖ ମିଳିତ ଭାବେ ଚଢ଼ାଉ କରି ଦୁଇ ଲୁଟେରା ଙ୍କୁ ଧରିଥିଲେ | ଜବତ ହୋଇଥିବା କାଠ ଲଗ ର ଆନୁମାନିକ ମୂଲ୍ୟ ବାଇଶି ହଜାର ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଶ୍ରୀଯୁକ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି |