-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଆସନ୍ତାକାଲି ବୌଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ବାଇକ ରାଲି ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

14-May-2025



ରିପୋର୍ଟ: ଜୟାନନ୍ଦ ମିଶ୍ର

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବାଇକ ରାଲିର ଆୟୋଜନ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ  ସେନାବାହିନୀକୁ ମାନସିକ ସ୍ତରରେ ସମର୍ଥନ, ତାଙ୍କର ମନୋବଳ ବୃଦ୍ଧି ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବାଇକ ରାଲିର ଆୟୋଜନ କରାଯିବ l

ବୌଦ୍ଧ ସହରର ସମସ୍ତ ଜନସାଧାରଣ, ଶିକ୍ଷlନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟlପିକା, ଏନ.ସି.ସି., ସ୍କାଉଟ,ସମସ୍ତ ଏ.ପି.ଆର., ହୋମଗାର୍ଡ, ରେଡ଼କ୍ରସ ଛାତ୍ରଛାତ୍ରୀ,  ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ,ମେଡିକାଲର ସମସ୍ତ ଅଧିକାରୀଏବଂ କର୍ମଚାରୀ,ଏନଡିଆରଏଫ, ଓଡ୍ରାଫ୍ ଟିମ, ରେଡ଼କ୍ରସର ସମସ୍ତ ସଦସ୍ୟ, ସମସ୍ତ  ଗଣମାଧ୍ୟମ ପ୍ରତିନିଧି, ସମସ୍ତ  ସ୍ବେଛାସେବୀ ସଂଗଠନର  କର୍ମକର୍ତ୍ତା, ସମସ୍ତ ସଦସ୍ୟସଦସ୍ୟା, ସମସ୍ତ  ଜ଼ିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ଦ୍ବାରା ଦଳଗତ ଏବଂ  ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ  ଏହି ବାଇକ ରାଲିରେ ସାମିଲ୍ ହେବେ l  ଆସନ୍ତାକାଲି ସକାଳ ୮ଘଟିକା ସମୟରେ  ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ  ଏହି ବାଇକରା଼ଲି ଆରମ୍ଭ କରିବା ପାଇଁ

ବୈଠକରେ ସ୍ଥିର କରାଯାଇଛି। ଏହି ବାଇକ ରାଲିରେ ବହୁ ସଂଖ୍ୟାରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଛି l ବାଇକରାଲିରେ ଅଂଶଗ୍ରହଣ କରିବା ପାଇଁ ସମସ୍ତେ ହେଲମେଟ ସାଙ୍ଗରେ ନେଇ ସକାଳ ଘ.୭.୪୫ ସୁଦ୍ଧା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପାଇଁ ଅନୁରୋଧ କରାଯାଇଛି l ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସମସ୍ତ ସାମ୍ବାଦିକ ସଂଘର ସଭ୍ୟ,ସଭ୍ୟା, ବୌଦ୍ଧ ସହରର ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମଧ୍ଯ ଅନୁରୋଧ କରାଯାଇଛି l ବୈଠକରେ ଅତିରିକ୍ତ  ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସାର୍ଥକ ରାୟ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,  ଉପଜିଲ୍ଲାପାଳ ପ୍ରବୀଣ କୁମାର ବlଣୁଆ,ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା,ଶୁଭେନ୍ଦୁ କୁମାର ଜେନା, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର, ସହକାରୀ ଜ଼ିଲ୍ଲାପାଳ ସୁଧର୍ମା ମଲ୍ଲିକ, ସୁଦାମ କୁମାର ସ୍ୱାଇଁ, ଚାନ୍ଦିନୀ ମେହେର, ସହକାରୀ ନିର୍ଦେଶକ, ଉଦ୍ୟାନ ବିଭାଗ ଯୋଗୀନ୍ଦ୍ର ନାଥ ମହାପାତ୍ର, ସଭାପତି, ଜ଼ିଲ୍ଲା ସାମ୍ବାଦିକ ସଂଘ ଦେବାଶିଷ ପୁରୋହିତ,  ବଜରଙ୍ଗ ଦଳ ସଭାପତି ସଂଜୀବ କୁମାର ସାହୁ, ସ୍ଥପତି ଡ.ସୁମନ ଷଡ଼ଙ୍ଗୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଧର୍ମା ମଲ୍କିକ,

ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଡ. ପ୍ରବୀର କୁମାର ଦାଶ,ଆଇ.ଆଇ.ସି. ଆଦର୍ଶ ଥାନା, ବୌଦ୍ଧ ରଂଜିତ କୁମାର ମୁନି, ଗଣମାଧ୍ୟମ ପ୍ରତିନିଧି, ଅନ୍ୟାନ୍ୟ ସଂଗଠନର ସଭ୍ୟ,ସଭ୍ୟl ଉପସ୍ଥିତ ଥିଲେ l ବୈଠକରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ମେଡିକାଲ, ଫାଷ୍ଟଏଡ଼, ଆମ୍ବୁଲାନ୍ସ ପ୍ରସ୍ତୁତି, ପାନୀୟ ଜଳ, ଓଆରଏସ ବଣ୍ଟନ, ବାଇକ ରାଲିରେ ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ, ସର୍ବୋପରି ଗଣମାଧ୍ୟମଙ୍କ ଉପସ୍ଥିତି, ବାଇକ ରାଲି ରେ ଯୋଗଦାନ ଏବଂ ଏହାର ପ୍ରଚାରପ୍ରସାର ପାଇଁ ଅନୁରୋଧ କରାଯାଇଥିଲା l ଏହି ରାଲି ପାଇଁ ସମସ୍ତେ ସକାଳ ଘ. ୭.୪୫ସୁଦ୍ଧା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହ ସକାଳ ୮ ଟା ରେ ରାଲି ର ଶୁଭାରମ୍ଭ, ଏହି ରାଲି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୁଆସାହି ଛକ, ୱାରଲେ ସ ଛକ, ପୋଷ୍ଟ ଅଫିସ ଛକ, ରଥ ସlହି ଛକ, ଭୈରବୀ ଛକ, କେଉଟ ସlହି, ଚନ୍ଦ୍ରଚୁଡ଼ ରାସ୍ତା, ବିଜୁ ପଟ୍ଟନାୟକ ଛକ, ମେଡିକାଲ ଛକ, ବାଘଗୁଡା ଛକ, ହାତୀଶlଲ ଛକ ଦେଇ ଜ଼ିଲ୍ଲା ସଂଗ୍ରହlଳୟ ଠାରେ ପହଂଚିବ ବୋଲି ନିଷ୍ପତ୍ତି ଗ୍ରହଣ କରା ଯାଇଛି l ଜ଼ିଲ୍ଲାପାଳ ରାଲିରେ ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ କାମନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like