-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
14-May-2025
ବଲାଙ୍ଗିର(ଦେବାଶିଷ ବହିଦାର): ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧୂକରଣର ଅଧ୍ୟକ୍ଷ ଡ.ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ସାଗରପାଲିଠାରେ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଛି । ଜାତୀୟ ଆଇନ ସେବାପ୍ରାଧ୍ଵକରଣ ନିଶୁଳ୍କ ସେବା ନମ୍ବର ୧୫୧୦୦ ଓ ଆଇନ ସେବା ପୋର୍ଟାଲ ବାବଦରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଯୋଗ ଦେଇ ଆଇନ ସେବା ଓ ଏହାର ଉପଯୋଗ ସହିତ ହିତାଧିକାରୀମାନେ କିଭଳି ଭାବରେ ଆଇନ ସେବା ର ସୁଯୋଗ ନେଇ ପାରିବେ ସେ ବାବଦରେ ଲୋକ ମାନଙ୍କୁ ସଚେତନ କରେଇଥିଲେ। ଏହା ସହିତ ନିଶୁଳ୍କ ସେବା ନ. ୧୫୧୦୦ ଓ ଆଇନ ସେବା ପୋର୍ଟାଲ
ବ୍ୟବହାର କରି ସେମାଙ୍କର ଅଭିଯୋଗ ଜଣେଇ ପାରିବେ ବୋଲି ସୂଚନା ଦେଇଥିଲେ । ଏହି ଶିବିରରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ପୁଷ୍ପାଞ୍ଜଳି ନାଏକ ଯୋଗ ଦେଇ ସରକାରଙ୍କର ଜନହିତ କରି ଯୋଜନା ବିଷୟରେ ଲୋକ ମାନଙ୍କୁ ସଚେତନ କରି ଥିଲେ । ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀ ଯୋଗ ଦେଇ ଲୋକମାନଙ୍କୁ ତାଙ୍କର ଅଧିକାର ଉପରେ ଅବଗତ କରାଇ ଥିଲେ । ଏଥିରେ ପାରା ଲିଗାଲ ସ୍ଵେଛାସେବୀ ଶ୍ରୀମତୀ ବିଦ୍ୟୁତଲତା ଖମାରୀ ଓ ପ୍ରକାଶ ସେଠ ସହଯୋଗ କରି ଥିଲେ । ସର୍ବଶେଷରେ ଜାତୀୟ ଆଇଏନ ସେବା ପ୍ରାଧ୍ଵରଣର ଥିମ୍ ସଂଗୀତ ପରିବେଷଣ କରା ଯାଇ ସଭା ସାଙ୍ଗ କରାଯାଇଥିଲା ।