-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
14-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ବ୍ୟାଚ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ ଜିଲ୍ଲା ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ,ଏମ୍. ଗଣ୍ଡପାଲି ବିଜେପୁରର ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଯାହା ଫଳରେ ବିଜେପୁର ଅଂଚଳରେ ଖୁସିର ଲହରୀ ଖେଳି ଉଠିଛି । ଦଶମ ଶ୍ରେଣୀର ଅନ୍ୱେଷ ପଧାନ ୯୬.୬୦ % ନମ୍ବର ରଖି ବିଦ୍ୟାଳୟର ପ୍ରଥମ ସ୍ଥାନରେ ଥିବାବେଳେ ଜୟ ଶଙ୍କର ସାହୁ ୯୩.୬୦%, ତେଜସ ରାଓ ମୋରେ ୯୩.୨୦%,ଅଭିପ୍ସା ସାହୁ ୯୨.୦୦% ଓ ଅଙ୍କିତ ସାହୁ ୯୧.୮୦% ନମ୍ବର ରଖି ଦ୍ଵିତୀୟ, ତୃତୀୟ,ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ବିଦ୍ୟାଳୟର ମୋଟ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ୮୪.୬% ପାସ ହାର ରହିଛି । ଆଶାନୁରୂପ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଖୁସି ବ୍ୟକ୍ତ ହୋଇଛି ।ଉକ୍ତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରାଛାତ୍ରୀଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟି ଆସୁଛି ।