-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
14-May-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପବିତ୍ର ପାତଳଗଙ୍ଗା ଠାରେ ବୈଶାଖ ମେଳା ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଅଛି। ଏହି ତୀର୍ଥ ରେ ରାମଚନ୍ଦ୍ର ବନବାସ ସମୟର ଅତିକ୍ରମ କରିଥିବା ବେଳେ ସୀତା ମାଙ୍କୁ ଭୀଷଣ ତୃଷ୍ଣା ହୋଇଥିବା ବେଳେ ତୀର ନିକ୍ଷେପ କରି ପାତାଳ ରୁ ଗଙ୍ଗା କୁ ଆହ୍ବାନ କରିଥିଲେ। ସେହି ଦିନ ଠାରୁ ଏହି ପବିତ୍ର ତୀର୍ଥ ସ୍ଥଳୀ ରେ ବୈଶାଖ ମେଳା ଅନୁଷ୍ଠିତ ହେଇଉଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ସ୍ଥିତି ଅନୁଧ୍ୟାନ କରିବା ସହ ଭକ୍ତ ଏବଂ ଭଗବାନ ଙ୍କ ମିଳନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ବୈଶାଖ ମେଳା ରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ବ୍ଲକ୍ ଅଧକ୍ଷ ଲମ୍ବୋଦର ନିଆଲ୍, ଯୋଗ ଦେଇ ଆବଶ୍ୟକ ସୁବିଧା ଦେଖିବା ସହ ତୀର୍ଥ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ତିନି ଗୋଟି ସ୍ଥାନ ରେ ନାମ ସଂକୀର୍ତ୍ତନ, ନାମ ଯଜ୍ଞ ହେଉଥିବା ବେଳେ ଯାଦବ ସମାଜ ପକ୍ଷ ରୁ ରାଧା କୃଷ୍ଣ ମନ୍ଦିର, ମହାମୃତ୍ୟୁଜୟ ମନ୍ଦିର, ଗାୟତ୍ରୀ ମନ୍ଦିର ,ଦୁର୍ଗା ମନ୍ଦିର ଦର୍ଶନ କରିଛନ୍ତି। ଜଳ ନିର୍ଗତ ହେଉଥିବା ପାତାଳଗଙ୍ଗା କୁଣ୍ଡ ରେ ବହୁ ଶ୍ରଦ୍ଧାଳୁ ବୈଶାଖ ବୁଡ ପକାଇଛନ୍ତି।ତ୍ରିର୍ଥ ସ୍ଥଳୀକୁ ଜିଲ୍ଲା,ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।