-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ଖପ୍ରାଖୋଳ(ଗୋରେଖନାଥ ବରିହା) ବ୍ଲକ ଲୁହାସିଙ୍ଘା ପଞ୍ଚାୟତ ବାହାଲଭଟଲି ଗାଁରେ ଓଡିଶା ମିଲେଟ ମିଶନ, ଆତ୍ମା ବଲାଙ୍ଗୀର,ୱସନ,ଏନ.ସି.ଡ଼ି.ଏସ ଏବଂ ୱ।ଇ.ସି.ଡ଼ି.ଏ ଅନୁଷ୍ଠାନଙ୍କ ମିଳିତ ଉଦ୍ୟମରେ ମାଣ୍ଡିଆ ଚାଷୀ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ତାଲିମ ଶିବିରରେ ଯୌବିକ ପଦ୍ଧତିକିପରିଯିବାମୃତ,ବିଯାମୃତ,ହାଣ୍ଡିଖତ ପ୍ରସ୍ତୁତ ତାଲିମ ଦେବା ସହ କିପରି ଚାଷୀ ମାନେ ମାଣ୍ଡିଆ ଚାଷରେ ଲାଭବାନ ହୋଇପାରିବେ ତାଉପରେ ତାଲିମ ଦିଆଯାଇଥିଲା। ତାଲିମ ଶିବିରରେ ମୁଖ୍ୟ ଅତିଥିରୁପେ ଖପ୍ରାଖୋଳ ବି.ଏ.ଓ-ଜୋସବନ୍ତ ସାହୁ ଥିବାବେଳେ ଗ୍ରାମ୍ୟ କୃଷି ଅଧିକାରୀ ଖଗେନ୍ଦ୍ର ନାଏକ,ୱ।ଇ.ସି.ଡ଼ି.ଏ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା, ଉମେଶ କୁମାର ଗୁପ୍ତା, ଉଦ୍ୟାନ ସାଥି-ସୁନ୍ଦର ବରିହା ତାଲିମ ଶିବିର ଯୋଗଦେଇ ଚାଷୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଖପ୍ରାଖୋଲ କୃଷକ ଉତ୍ପାଦନ କମ୍ପାନୀ ଲିମିଟେଡ଼ ସି.ଇ.ଓ ମାଖୁନୁ ସାଣ୍ଢ ସଭା ପରିଚାଳନା କରିଥିବା ବେଳେ ତାଲିମ ଶିବିରରେ ଦୁଇଦିନ ଧରି ତିରିଶରୁ ଉର୍ଦ୍ଧ ଚାଷୀମାନେ ତାଲିମ ନେଇଥିଲେ।